ହାତୀ ଦେହରେ ଗୁଳି ବାଜିନି, ସଂଘର୍ଷରୁ ଆହତ ହୋଇଛି ; କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସୂଚନା

youtube

ବାଂଶପାଳ : ହାତୀ ଦେହରେ ଗୁଳି ବାଜିନି । ହାତୀଙ୍କ ମଧ୍ୟରେ ଲଢ଼େଇରୁ ଆହତ ହୋଇଛି । ତେଲେକୋଇ ବନାଞ୍ଚଳରେ ଗତ ତିନି ଦିନ ହେଲା ଛୋଟେଇ ଛୋଟେଇ ଘୂରି ବୁଲୁଛି ଏକ ମାଇ ହାତୀ । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରଲ ହେଉଛି । ହାତୀର ଏକାଧିକ ସ୍ଥାନରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା । ତେବେ ଏହା ଠିକ ନୁହେଁ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ।

ହାତୀଙ୍କ ଭିତରେ ସଂଘର୍ଷରୁ ଏଭଳି ହୋଇଥିବା ସେ କହିଛନ୍ତି । ଆହତ ହାତୀର ଦେହରେ ଦାନ୍ତ ଚିହ୍ନ ଅଛି। ତୁରନ୍ତ ଚିକିତ୍ସା କରାଯିବା ପରେ ଏବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିମଳା ଫରେଷ୍ଟ ବିଟ୍ କର୍ମଚାରୀଙ୍କ ନିରୀକ୍ଷଣରେ ରହିଛି ଆହତ ହାତୀ ।

Leave A Reply

Your email address will not be published.