
ମନ୍ଦିର କୁ ରାସ୍ତା ବାହାନା ରେ ଜମି ମାଫିଆ ଙ୍କ ଜୁଲମ…!

ଗାଁ ଲୋକ ମେଳି ବାନ୍ଧି ପ୍ରଶାସନ ର ଦ୍ୱାରସ୍ତ…..!
ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନଙ୍କ ଜୋର ଜୁଲୁମ ଦିନକୁ ଦିନ ବୃଦ୍ଧି ପାଉଛି। ତାହାର ନଗ୍ନ ନମୁନା ଏବେ କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ନିକଟରେ ଥିବା ଡେରିଣୀ ବନ୍ଧର ମାଟି କାଢ଼ି ନିଜ ପ୍ଲଟ ପାଇଁ ଯିବାକୁ ରାସ୍ତା ନିର୍ମାଣ କରିବା ଫଳରେ ଗାଁ ରେ ଉତ୍ତେଜନା ଭଳି ପରିସ୍ଥିତି ଉପୁଜିଛି। ବନ୍ଧ ହୁଡ଼ାକୁ କାଟି ମାଟି କାଢ଼ିବାକୁ ଅନୁମତି ଦେଲା କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି l ଯାହାକୁ ନେଇ ଜମି ମାଫିଆଙ୍କ ଆତଙ୍କ ରାଜ ଜୋର ଜୁଲୁମ ବିରୋଧ ରେ ଗାଁ ଲୋକେ ପ୍ରଶାସନ କୁ ଅଭିଯୋଗ ପତ୍ର ଦେଇ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। କୁକୁଡାଖଣ୍ଡି ବ୍ଲକରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେଲା କିଛି ଜମି ମାଫିଆ ସାଙ୍ଗକୁ ମଦ ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି।ମଦ ଦୋକାନ କୁ ଯିବା ପାଇଁ ସରକାରୀ ଅର୍ଥ ରେ ରାସ୍ତା ନିର୍ମାଣ ହୋଇଥିବା ନେଇ ପ୍ରଶାନିକ ଅଧିକାରୀ ଙ୍କୁ ପୂର୍ବରୁ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଜମି ମାଫିଆ ନିଜ ପ୍ଲଟ ପାଇଁ ରାସ୍ତା ଓ ରୋଡ଼ ନିର୍ମାଣ ପାଇଁ ନିକଟରେ ଥିବା ଲୋକଙ୍କ ନିଜସ୍ୱ ଜମି ଓ ପୋଖରୀ ହୁଡ଼ାରୁ ରୁ ମାଟି ନେଇ ରାସ୍ତା ନିର୍ମାଣ କରିବା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ରେ ବାଧା ଉପୁଜୁଛି। ପଚାରିଲେ ମା ବୁଢ଼ୀ ସାନ୍ତାଣି ମନ୍ଦିର କୁ ଯିବାକୁ ରାସ୍ତା କରାଯାଯାଉଛି ବୋଲି ଉକ୍ତ ଜମି ମାଫିଆ ସଫେଇ ଦେଉଛି l ସୂଚନା ଥାଉକି ଏଥି ପୂର୍ବରୁ ଠାକୁରାଣୀ ମନ୍ଦିର କୁ ଯିବା ପାଇଁ ରାସ୍ତା ରହିଛି, କିନ୍ତୁ ବର୍ତ୍ତମାନ ଜୋର ଜବର ଦସ୍ତି ଭାବେ ନିଜ ସ୍ୱାର୍ଥ ହାସଲ ପାଇଁ କରୁଛି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି l ଏହାକୁ ନେଇ ଅଭିଯୋଗ କଲେ ଧମକ ମିଳୁଥିବା ଯୋଗୁଁ ଗାଁ ଲୋକେ ମେଳି ବାନ୍ଧି ଏକ ଜୁଟ ହୋଇ ପ୍ରଶାସନ କୁ ଅଭିଯୋଗ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଛନ୍ତି। ଦେଖାଯାଉ ପ୍ରଶାସନ ଗାଁ ବାସିନ୍ଦା ଙ୍କ ଦୁଃଖ କେବେ ଶୁଣୁଛି ଏହା ସମୟ ସାଫେକ୍ଷ l ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନଙ୍କ ଜବର ଦଖଲ ଜମି ଉପରେ ଡ଼ବଲ ଇଞ୍ଜିନର ବୁଲଡଜର କେବେ ଚାଲିବ ଦେଖିବାକୁ ବାକି ରହିଲା।