ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁର, କ୍ୟାବିନେଟ୍ ମୋହର

youtube

ଭୁବନେଶ୍ୱର : ୪ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ ।  ବୈଠକରେ ୪ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।  ବୈଠକରେ ଅନ୍ୟ ବିଭାଗର ସଚିବ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ ବିଭାଗର ୪ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି । ସେହିଭଳି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍‌ ମିଳିବ । ରାତିରେ ମହିଳା କର୍ମଚାରୀ ଚାହିଁଲେ କାମ କରିପାରିବେ ।  ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ତେବେ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ ।

ଏହାସହ ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଆହୁରି ବି ଘଟଗାଁ ତାରିଣୀ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ହୋଇଛି । ୫୯ ଏକର ଜମିକୁ ନେଇ ପାରିପାର୍ଶ୍ବିକ ବିକାଶ ପାଇଁ DPR ପ୍ରସ୍ତୁତ ହେବ ବୋଲି କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

Leave A Reply

Your email address will not be published.