ଭୁବନେଶ୍ବରରେ ଦୁର୍ଗାପୁଜା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଜଗିବେ ୬୧ ପ୍ଲାଟୁନ ପୋଲିସ

add-all

ଭୁବନେଶ୍ବର :  ଚଳିତ ବର୍ଷ ଦୁର୍ଗାପୁଜା ପାଇଁ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ଦୁର୍ଗାପୂଜାକୁ ନେଇ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଭିଡ଼ ଓ ଟ୍ରାଫିକ ପରିଚାଳନା ଜଗିବେ ୬୧ପ୍ଲାଟୁନ ପୋଲିସ । ମହିଳାଙ୍କ ସୁରକ୍ଷା ପାଇଁ ସହରରେ ବୁଲିବ ଶକ୍ତି ବାହିନୀ । କମିସନରେଟ ପୋଲିସର HER ଟିମ୍ କୁ ନେଇ ଗଠନ ହୋଇଛି ଶକ୍ତି ବାହିନୀ ।

ସାଧା ପୋଷାକରେ ବୁଲିବା ସହ କମେଣ୍ଟପାସ, ଭିଡ଼ ଭିତରେ ମହିଳାଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେବେ। ଭୁବନେଶ୍ୱରରେ ମୋଟ ୧୯୩ ଟି ପୂଜା ମଣ୍ଡପ ବ୍ୟବସ୍ଥା ହୋଇଛି।୨୪ ଟି ପେଣ୍ଡାଲରେ ମା’ଙ୍କ ମୂର୍ତ୍ତିରେ ଅଳଙ୍କାର ସଜ୍ଜିତ ଯୋଗୁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅପରାଧିକ ତତ୍ବକୁ ପ୍ରଶୟ ନଦେବାକୁ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ୍ ଫୋର୍ସ ମଧ୍ୟ ମୁତୟନ ରହିବେ । ୩ ଜଣ ଡିସିପି ରାଙ୍କ୍ ଅଫିସର ପୂଜା ପ୍ରସ୍ତୁତିକୁ ମନିଟର କରିବେ। ଡ୍ରୋନ ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବା ସହ ୪ଟି ଅତ୍ୟାଧୁନିକ ଡ୍ରୋନ ଜରିଆରେ ସହରର ଭିଡ଼ ଓ ପୂଜା ଉପରେ ନଜର ରଖାଯିବ।

ସ୍ମାର୍ଟ ସିଟିର କ୍ୟାମେରା ଦ୍ୱାରା କଣ୍ଟ୍ରୋଲ ରୁମରୁ ଭିଡକୁ ନିୟନ୍ତ୍ରଣ ସହ ଟ୍ରାଫିକ ପରିଚାଳନା ହେବ। ସୁଗମ୍ୟ ଟ୍ରାଫିକ ପାଇଁ ମଧ୍ୟ ଏଥର ୨୦ପ୍ଲାଟୁନ ହୋମଗାର୍ଡ ମଧ୍ୟ ରହିଛନ୍ତି। ଚୋରି ଛିନତାଇ ଓ ଲୁଟପାଟ ଉପରେ ନଜର ରଖିବାକୁ ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରାଇକିଂ ଫୋର୍ସ , ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ ଡିସ୍ପୋଯାଲ ସ୍କ୍ୱାଡ ମଧ୍ୟ ମୁତୟନ ରହିବେ। ଏନେଇ ପ୍ରେସମିଟର ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର।

ad-week
Leave A Reply

Your email address will not be published.