ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର

ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର । ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି । ୨୮ ସେପ୍ଟେମ୍ବର ଅନ୍ତର୍ଜାତୀୟ ସୂଚନା ଅଧିକାର ଦିବସ ଅବସରରେ ଭାରତୀୟ ସୂଚନା ଅଧିକାର ପ୍ରତିଷ୍ଠାନ ଦ୍ୱାରା କିସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଡ ପ୍ରଶାନ୍ତ କୁମାର ରାଉତରାୟ ଏହି ସମ୍ମାନ ଗ୍ରହଣ କରିଥିଲେ । କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ କିସ୍ ରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ଵ ଦିଆଯାଇ ଆସୁଛି। ଏହି ସଫଳତାରେ ଡ. ସାମନ୍ତ କିସ୍ ର ସମସ୍ତ ଅଧ୍ୟାପକ ପ୍ରାଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗୁଣାତ୍ମକ ଶିକ୍ଷାଦାନ ସହ ନୂଆ ଶିକ୍ଷାନୀତିକୁ ଆପଣାଇ କିସ୍ ଶିକ୍ଷାଦାନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିପାରିଛି ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି।