
ବ୍ରହ୍ମପୁର, ବ୍ରହ୍ମପୁର ଉପକଣ୍ଠ ରେ ଥିବା ଗଉଁଞ୍ଜୁ ରେ ପୁଲୁକେଶୁଣୀ ଯାତ୍ରା ଆରମ୍ଭ ହୋଇଯାଇଛି ଆରମ୍ଭ ହୋଇଯାଇଛି ।ପୁରୋହିତ ଙ୍କ ତିଥି ଲଗ୍ନ ଅନୁଯାୟୀ ଆଶ୍ୱିନ ମାସ ସପ୍ତମୀ ର ବିଳମ୍ବିତ ରବିବାର ରାତ୍ରୀ ରେ ବାହାରିଛନ୍ତି।
ବାଜ ବାଜଣା ଓ ପଟୁଆର ସହ ଗ୍ରାମ ରେ ପରିକ୍ରମା କରିବା ବେଳେ ପାହାଡା ପାଇଁ ସ୍ଥାନେ ସ୍ଥାନେ ଅଟକୁ ଥିବା ର ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଧୂପ ଦୀପ ଜାଳି ମା ଙ୍କୁ ସ୍ୱାଗତ କରିଥିବା ବେଳେ ମାନସିକ ଧାରୀ ମାନେ ଛଦ୍ମ ବେଶ ଓ ପାହାଡା ପଡ଼ିଥିଲେ ।ମାଙ୍କ ଘଟଧାରକ ଶଙ୍କର ପାଢ଼ୀ ଘଟ କୁ ଧାରଣ କରି ଗ୍ରାମ ପରିକ୍ରମା କରିଥିବା ବେଳେ, ମାଙ୍କ ସେବକ କୁରାମଣି ବେହେରା ଓ ଲଳିତ ମୋହନ ବେହେରା ଘଟ ସେବା କରିଥିଲେ ।ରାତ୍ରୀ ପ୍ରାୟ 2 ଟା ସମୟ ରେ ଗ୍ରାମ ରେ ଥିବା ଅସ୍ଥାୟୀ ପୀଠ ରେ ମହାମାୟା ପୁଲୁକେଶୁଣୀ ବିଜେ କଲେ । ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଯାତ୍ରା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବିଦେଶ ରେ ଖ୍ୟାତି ଲାଭ କରିଥିବା ପ୍ରହଲ୍ଲାଦ ନାଟକ,
ଗଣେଶ ଫ୍ରେଣ୍ଡ ଗ୍ରୁପ ତରଫରୁ 508 ଦୀପ ପ୍ରଜଳନ ସହ ପ୍ରସାଦ ବଣ୍ଟନ କାଯ୍ୟକ୍ରମ,ସୋମେଶ୍ୱେର ନାଟ୍ୟ ସଂସଦ ତରଫରୁ ନାଟକ ଡ. ଦୀପକ ଜେନା ଙ୍କ ରଚିତ”କଟି କଟି ଡବଲ କଟି ” ଅନୁଷ୍ଠିତ ହେବ, ଅରବିନ୍ଦ ଯୁବକ ସଙ୍ଘ ତରଫରୁ, ସର୍ବେଶ୍ୱର ଦାସ ଙ୍କ ନାଟକ ନାଟକ “ସୁଖ ନିଅଣ୍ଟ କୁ ଦୁଃଖ ଅଣ୍ଟିଏ “, ପୁଲୁକେଶୁଣି ନାଟ୍ୟ ନିକେତନ ଦ୍ୱାରା ନବରଙ୍ଗ ଗାହାଣୀ, ନୟାଗଡ ର ପୌରାଣିକ ନାଟକ ଇନ୍ଦ୍ରଜିତବଦ୍ଧ”
ଓ ସୋମେଶ୍ୱେର ମେଲୋଡି ଗ୍ରୁପ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି ।
8.10.25ରେ ବିରାଟ ପଟୁଆର ସହ ମା ଙ୍କ ଶାଶୁ ଘର କୁ ପ୍ରତ୍ୟାବର୍ତ୍ତନ କରିବେ ।