ଦୂର୍ଗା ପୂଜା ପେଣ୍ଡାଲରେ ମହିଳାଙ୍କ ଦେହରେ ଲାଗିଗଲା ନିଆଁ

youtube

ରାଉରକେଲା : ରାଉରକେଲା ଶକ୍ତିନଗର ଦୂର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ମହିଳା ଗୁରୁତର ।  ଅଷ୍ଟମୀ ପୂଜା ବେଳେ ଦୀପରୁ ନିଆଁ ଲାଗି ଶାଢୀରେ ଲାଗିଥିବା ସୂଚନା ।  ପ୍ରାୟ ଷାଠିଏ ବର୍ଷର ମହିଳା ଦୀପ ଲଗାଉଥିବା ବେଳେ ନିଆଁ ଲାଗି ଯିବାରୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ।  ମାଁଙ୍କ ସମ୍ମୁଖରେ ଦୀପ ଲଗାଇ ଅର୍ପଣ ପରେ ଦୀପ ଷ୍ଟାଣ୍ଡରେ ରଖିବାକୁ ଯାଉଥିବା ବେଳେ ଅନ୍ୟ ଦୀପର ସଂସ୍ପର୍ଶରେ ଆସି ମହିଳା ଜଣକ ପିନ୍ଧିଥିବା ସୂତା ଶାଢ଼ୀ କାନିରେ ନିଆଁ ଲାଗି ଯାଇଥିଲା  ।

ଶକ୍ତି ନଗର ଦୂର୍ଗା କମିଟିର ସଦସ୍ୟମାନେ ଏହା ଦେଖି ନିକଟରେ ରଖିଥିବା ପାଣି ଗ୍ୟାଲନ ରୁ ପାଣି ଢ଼ାଳି ନିଆଁ ଲିଭାଇଥିଲେ । ପୋଡ଼ି ଯାଇଥିବା ଶାଢ଼ୀକୁ ସ୍ଥାନୀୟ ମହିଳାଙ୍କ ସହାୟତାରେ ପରିବର୍ତ୍ତନ କରି ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ମହିଳା ଜଣଙ୍କୁ ନେଇ ହସପିଟାଲରେ ଥିବା ବର୍ଣ ସେଣ୍ଟରରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଛନ୍ତି । ଆହତ ମହିଳା ଜଣକଙ୍କର ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି।

Leave A Reply

Your email address will not be published.