
ଭଞ୍ଜନଗର: ନାବାଳକକୁ ମାରି ଫିଙ୍ଗିଦେଲେ । ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତ ଛାତ୍ର ନବମ ଶ୍ରେଣୀରେ ଛାତ୍ର ଅମର ବିଷୋୟୀ । ଆଜି ସକାଳୁ ତାଙ୍କ ଗଳିତ ମୃତଦେହ ଖଣ୍ଡରାବଳୀ-ରାମନା ପଲ୍ଲୀ ରାସ୍ତା କଡ଼ରୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଘର ଲୋକେ । ଗାଙ୍ଗପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ।