
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଜୟା ଦଶମୀ ଅବସରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ ରାବଣ ଦହନ ହେବ ।
ସୂଚନାଥାଉକି, ଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା ପେଣ୍ଡାଲ ହୋଇଛି।
ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରହିଛି । ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା ହେବ । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ ରହିଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।