
ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି ।
ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି । ସୂଚନା ଅନୁଯାୟୀ, ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି ଏବଂ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଦିଲ୍ଲୀର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବରେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଏକ ଚିଠି ଜାରି କରାଯାଇଛି ।