
ଉମରକୋଟ/ ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦର କୁରାବେଡା ପଞ୍ଚାୟତରେ ଆଜି ନୁଆଁଖାଇ ସେବା ଜୁହାର ଭବ୍ୟତାରେ ପାଳିତ ହେଲା। ପୁରୁଣା ପରମ୍ପରାକୁ ଅନୁସରଣ କରି ସମାଜରେ ଏକତା, ଭାଇଚାରା ଓ ସମ୍ପ୍ରୀତି ବଞ୍ଚାଇବାର ସନ୍ଦେଶ ସହ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଉତ୍ସବ ଆୟୋଜିତ ହୋଇଯାଇଛି।
ରାଇଘର ବ୍ଲକର ୨୬ଟି ପଞ୍ଚାୟତରୁ ଆସିଥିବା ଗଣ୍ଡ ସମାଜ ୟୁନିଅନ (GSU) ର ସଦସ୍ୟମାନେ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତି ହୋଇଥିଲେ। ଗୁପ୍ତ ପ୍ରସାଦ ଝାଙ୍କର ଉତ୍ସବର ଦାୟିତ୍ୱ ନେଇଥିଲେ ଓ ମଞ୍ଚ ଚାଳନାରେ ଅଶୋକ କୁମାର ନାୟକ ଓ ପିଲସାୟ ଗଣ୍ଡ ସକ୍ରିୟ ରହିଥିଲେ।
ଏହି ନୁଆଁ ଖାଇ କାଯ୍ୟକ୍ରମର ମୁଖ୍ୟ ଅତିଥି ହିସାବରେ ଉପସ୍ଥିତ ଥିଲେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରମେଶ ମାଝୀ। ତତ ସହିତ ଜିଲ୍ଲା ଗଣ୍ଡ ବିକାଶ ପରିଷଦର ସଭାପତି ପୁଣିତରାମ ଗଣ୍ଡ (ରାଇଘରର ପାଇକ ଓ ନାୟିକ) ମଧ୍ୟ ମଞ୍ଚାସୀନ ଥିଲେ ଏବଂ GSU ସମାଜ ସଂଗଠନର ସଭାପତି ମଣିରାମ ଗଣ୍ଡ ଓ ସମ୍ପାଦକ ଫଗନୁରାମ ଗଣ୍ଡ ମଧ୍ୟ ଆଗମନ କରିଥିଲେ।
କୁରାବେଡା ମାଟିରେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ବୃଦ୍ଧ, ବନିତା ଓ ଯୁବମାନେ ମିଶି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ-ଗୀତରେ ଉପସ୍ଥିତ ଜଣସାଧାରଣଙ୍କ ମନୋରଞ୍ଜନ କରିବା ପରଲୋକ୍ଷିତ ।
ଏହି ନୁଆଁ ଖାଇ ସେବା ଜୁହାର ପୁନର୍ବାର ପ୍ରମାଣ କରିଲା ଯେ ପରମ୍ପରା କେବଳ ସଂସ୍କୃତିର ସଂରକ୍ଷଣ ନୁହେଁ, ସମାଜରେ ଏକତା ଓ ଭାଇଚାରାର ସବୁଠୁ ବଡ଼ ଆଧାର।