
ପୁରୀ: ଶ୍ରୀମନ୍ଦିରର ୧କିଲୋମିଟର ପରିଧି ଓ ବଡଦାଣ୍ଡରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।