
ଭୁବନେଶ୍ଵର: ନାଲକୋ କାର୍ଯ୍ୟାଳୟରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ସିବିଆଇ ପକ୍ଷରୁ ୨ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ପୁଲିସ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସିବିଆଇ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।