ଦୁଇ ବାଇକ ମୁହାଁମୁହିଁ, ୩ ମୃତ

youtube

ନୟାଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଓଡ଼ଗା ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ଛକ ନିକଟରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଚେମେଡ଼ି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.