ତାପଜ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା, ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

add-all

ଚେନ୍ନାଇ: ଉତ୍ତର ଚେନ୍ନାଇ ତାପଜ ଶକ୍ତି କେନ୍ଦ୍ର ନିର୍ମାଣସ୍ଥଳରେ ମଙ୍ଗଳବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ଏକ ଆର୍ଚ ଭୁଶୁଡ଼ିପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୩୦ ଫୁଟ ଉଚ୍ଚରୁ ଆର୍ଚ ଖସି  ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚେନ୍ନାଇ ଷ୍ଟାନଲୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.