ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ବେପାରୀ ଗିରଫ, ଟୁରିଷ୍ଟ ବେଶରେ କରୁଥିଲେ ବେପାର

add-all

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ବେଶରେ କରୁଛନ୍ତି ନିଶା ବେପାର। ନିଜକୁ ଟୁରିଷ୍ଟ ପରିଚୟ ଦେଇ ଚାଲିଛି ବେପାର। ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ଏହି ଛଦ୍ମବେଶରେ ଥିବା ବିହାରର ଯୁବକ। ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF।
ଏହାର ଓଜନ ପ୍ରାୟ ୩୦ କେଜି ହେବ। ଦୁଇଟି ଟ୍ରଲିରୁ ଏହି ସମସ୍ତ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଯୁବକ ଜଣକ ନିଜକୁ ଟୁରିଷ୍ଟ ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ପରେ ବ୍ୟାଗରୁ ଗଞ୍ଜେଇ ମିଳିବା ପରେ ଧରିଥିଲା ପୋଲିସ। ଗିରଫ ଯୁବକ ବିହାର ନାଳନ୍ଦା ଅଞ୍ଚଳର ପପୁ କୁମାର ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.