ଶୋଇଥିବା ବେଳେ ମାରଣାସ୍ତ୍ରରେ ହାଣି ହତ୍ୟା

add-all

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା  କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ ।

ଖବରରୁ ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମର ଭଦୃ ମହାକୁଡ଼ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ଗତରାତି ୩ଟା ରୁ ୪ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଖବର ପାଇ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା,ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡକାଯାଇଛି। ସୂଚନାଯୋଗ୍ୟ ଯେ ଭଦୃଙ୍କର ପୂର୍ବରୁ ପତ୍ନୀ ବିୟୋଗ ଘଟିଥିବା ବେଳେ ଝିଅ ବାହା ହୋଇ ସାରିଥିବା ଓ ପୁଅ ବାହାର ରାଜ୍ୟରେ ଚାକିରୀ କରୁଥିବାରୁ ସେ ଘରେ ଏକୁଟିଆ ରହିଥିଲେ। ସନ୍ଦେହରେ ପୁଲିସ ଜଣକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି।

ad-week
Leave A Reply

Your email address will not be published.