ଚୋରିଙ୍କ ଉପଦ୍ରବ ବଢ଼ିଲା, କୋଦଭାଟା ସାହିରେ ହେଲା ପୁଣି ଏକ ଚୋରୀ…

youtube

ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ..!

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦରରେ ଦିନକୁ ଦିନ ବଢ଼ୁଥିବା ଚୋରିକାଣ୍ଡ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ପୋଲିସ ପ୍ରଶାସନର ସାମ୍ନାସାମ୍ନିରେ ଏମିତି ଘଟଣା ଘଟିଥିବାରୁ ଜନସାଧାରଣଙ୍କରେ ପୋଲିସର କାର୍ଯ୍ୟକ୍ଷମତା ଉପରେ ଗଭୀର ପ୍ରଶ୍ନଚିହ୍ନ ଉଠିଛି।
ତାଜା ଘଟଣାଟି ଘଟିଛି କୋଦଭାଟା ସାହିରେ। ସୂଚନା ଅନୁଯାୟୀ, ସେଠାକାର ନିବାସୀ ଉପେନ୍ଦ୍ର ଗଣ୍ଡ ନିଜ ପରିବାର ସହିତ ଦୁଇ ଦିନ ପୂର୍ବରୁ ଦଶହରା ପାଇଁ ନିଜ ପୈତୃକ ଘର ହଳଦୀ ଗ୍ରାମକୁ ଯାଇଥିଲେ। ଯିବା ପୂର୍ବରୁ ସେମାନେ ଘରକୁ ତାଲା ପକେଇ ଯାଇଥିଲେ।କିନ୍ତୁ ଆଜି ଦିନେ, ଘରକୁ ଫେରିଥିବାବେଳେ ସେମାନେ ଦେଖିଲେ — ଘରର ମୁଖ୍ୟ ତାଲା ଭାଙ୍ଗିଛି, ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ଭାଙ୍ଗି ନଷ୍ଟ କରାଯାଇଛି ଓ ସେଟ ଟି ଉଠାଇ ନେଇଯାଇଛି। ଘରଭିତରେ ପ୍ରାୟ ସମସ୍ତ ଆଲମିରା ଭାଙ୍ଗି ମୂଲ୍ୟବାନ ଜିନିଷ ସହିତ ସାମଗ୍ରୀଗୁଡ଼ିକୁ ବ୍ୟାପକ ଭାବେ ଲୁଟି ନେଇଛନ୍ତି ଚୋରମାନେ।


ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ରାଇଘର ଥାନା ଅଧିକାରୀ। ସେ ଘଟଣାସ୍ଥଳର ସ୍ଥିତି ଦେଖି ପ୍ରାଥମିକ ତଦନ୍ତ କରିଥିବା ସୂଚନା ମିଳିଛି। ଏହି ସମ୍ପର୍କରେ ଉପେନ୍ଦ୍ର ଗଣ୍ଡ କହିଛନ୍ତି — “ପୋଲିସ ପ୍ରଶାସନ ଯଦି ସତର୍କ ହେଇ ଥାନ୍ତା, ତେବେ ଏପରି ଚୋରି ଘଟିବାର ସମ୍ଭାବନା କମିଥାନ୍ତା। ଆମେ ପୋଲିସ ପାଖରୁ ସ୍ୱବିଶେଷ ତଦନ୍ତ ଓ ନ୍ୟାୟ ପାଇବାକୁ ଆଶା କରୁଛୁ।”
ଏହି ଅଞ୍ଚଳରେ ବର୍ତ୍ତମାନ ଚୋରି ପ୍ରବଳ ହେଉଥିବାରୁ ସାଧାରଣ ଲୋକମାନେ ରାତିରେ ସୁରକ୍ଷିତ ଭାବରେ ଶୋଇବାକୁ ଭୟଭୀତ ହେଉଛନ୍ତି। ଗତ କିଛି ମାସ ଧରି ବିଭିନ୍ନ ଗ୍ରାମରୁ ଏପରି ଚୋରିର ଖବର ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପକ ଭାବେ ବୃଦ୍ଧି ପାଇଛି।ଅଞ୍ଚଳବାସୀଙ୍କର ସରଳ ପ୍ରଶ୍ନ — “ଚୋରି ପୋଲିସର ନାକ ତଳେ ହେଉଛି, କିନ୍ତୁ କାହିଁକି ଚୋରମାନେ ଧରା ପଡ଼ୁନାହାନ୍ତି?” ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ..

Leave A Reply

Your email address will not be published.