
ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ବରରେ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ । ବିପର୍ଯ୍ୟୟ ଆସିଲେ ସଂସ୍ଥା ଗୁଡିକ ପ୍ରଭାବିତ ହେବ । ଭୁବନେଶ୍ୱରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ସରିଛି ।
ଲୋକସେବା ଭବନ ନିକଟରେ ତିଆରି ହେବ । ଏସଆରସି, ଅଗ୍ନିଶମ, ପାଣିପାଗ ବିଭାଗ, ଅନ୍ୟ ସମସ୍ତ ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏଥିପାଇଁ ରାଜଧାନୀରେ ଜମି ଚିହ୍ନଟ କରାଯିବା ସହ କାମ ଆରମ୍ଭ କରାଯାଇଛି ।