କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୬ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

youtube

କଟକ: କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ.ଦେବଦତ୍ତ ସିଂ। ଗଣ୍ଡଗୋଳ ମାମଲାକୁ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । ବୈଠକରେ କଟକ ଡିସିପି, ପୋଲିସ କମିଶନର, ଆଇନ ଶୃଙ୍ଖଳା ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.