ଟ୍ରକରେ ପିଟି ହେଲା ବାଇକ୍: ୩ ମୃତ, ଜଣେ ଗୁରୁତର

youtube

ମାଲକାନଗିରି : ଟ୍ରକକୁ ପଛପଟେ ପିଟି ହୋଇଗଲା ଦୁଇ ବାଇକ୍ । ୩ ମୃତ, ଜଣେ ଗୁରୁତର । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଟ୍ରକଟି ଠିଆ ହୋଇଥିବାବେଳେ ଦୁଇ ବାକ୍ ଆସି ପିଟି ହୋଇଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ୩୨୬ ନମ୍ବର ଜାତୀୟ ରାଜପଥରେ ଉତ୍ୟକ୍ତ ଲୋକ ଧାରଣା ଦେଇଥିବାରୁ ଜୟପୁର-ମାଲକାନଗିରି ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.