ଚୌଦ୍ୱାର ଜେଲ ଓ ସବଜେଲରେ ଚଢାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

youtube

ଚୌଦ୍ୱାର : ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା କଡ଼ାକଡ଼ି । ସକାଳୁ ସକାଳୁ ଜେଲ୍ ଓ ସବଜେଲରେ ଚଢାଉ ହୋଇଛି । ଅତର୍କିତ ଭାବେ ବରଗଡ଼ ଜେଲ ସମେତ ସବ ଜେଲରେ ପୋଲିସ ଚଢାଉ କରିଛି । ପଦ୍ମପୁର ଓ ସୋହେଲା ସବ ଜେଲରେ ମଧ୍ୟ ରେଡ୍ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା । ଜେଲ ଭିତରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ । ଭାଙ୍ଗ,ବିଡି,ସିଗାରେଟ ଓ ତମାଖୁ ଜବତ ହୋଇଛି ।

ସୂଚନା ଥାଉକି, କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି । ଜେଲରୁ କଏଦୀ ଫେରାର ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି । ଜେଲ୍‌ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ଦୁଇ କଏଦୀ ।

ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୋଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।

Leave A Reply

Your email address will not be published.