ଜଙ୍ଗଲରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

youtube

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଶୁଆଡ଼ଙ୍ଗ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର । କଙ୍କାଳଟି ସଣ୍ଡସା ଭାଲିଆଗୁଡା ଗାଁର ପୁଷ୍ପ ଗୌଡ଼ଙ୍କର ବୋଲି ଦାବି କରିଛନ୍ତି ପରିବାର । ଗତ ସେପ୍ଟେମ୍ବର ୭ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ ପୁଷ୍ପ । ଆଜି କଙ୍କାଳ ଦେଖିବା ପରେ ପୁଅକୁ ଚିହ୍ନିଛନ୍ତି ପରିବାର । ପୁଅ ପିନ୍ଧିଥିବା ଡ୍ରେସ୍ ରୁ ଚିହ୍ନିପାରିଥିବା କହିଛନ୍ତି ପୁଷ୍ପଙ୍କ ବାପା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି ।

ଗତ ସେପ୍ଟେମ୍ବର ୭ ତାରିଖରେ ଗାଁର କିଛି ପିଲାଙ୍କ ସହ କାମ କରିବାକୁ ବାହାର ରାଜ୍ୟକୁ ବାହାରିଥିଲେ ପୁଷ୍ପ ।  ତା ପରଦିନ ପୁଅ କୁଆଡେ ଚାଲିଯାଇଥିବା ଜଣାଇଥିଲେ ପୁଷ୍ପଙ୍କ ସାଙ୍ଗ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ପତ୍ତା ମିଳିନଥିଲା । ପୁଅକୁ କାମ ବାହାନାରେ ଡାକି ନେଇ ହତ୍ୟା କରିଥିବା କହିଛନ୍ତି ବାପା ସନଧର ଗୌଡ଼ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.