ବରୁଣେଇରେ ବାରହା ଆତଙ୍କ: ୩ ପର୍ଯ୍ୟଟକ ଗୁରୁତର

add-all

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବରୁଣେଇରେ ରବିବାର ବାରହା ଆତଙ୍କ ଦେଖିବାକୁ ମିଳିଛି। ବରୁଣେଇ ପୀଠରେ ଏକ ବାରହା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି।

ରବିବାର ଛୁଟିଦିନ ଥିବାରୁ ବରୁଣେଇକୁ ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ପୀଠରେ ପର୍ଯ୍ୟଟକମାନେ ବୁଲାବୁଲି କରୁଥିବା ସମୟରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ad-week
Leave A Reply

Your email address will not be published.