କାଲିଠାରୁ ୪ ଦିନିଆ ନୂଆପଡା ଗସ୍ତ କରିବେ ଭକ୍ତ ଦାସ, ଖରିଆର ରୋଡ଼ରେ ହେବ ନ୍ୟାୟ ସମାବେଶ

add-all

ନୂଆପଡା: ଆସନ୍ତା କାଲିଠାରୁ ୪ଦିନିଆ ନୂଆପଡା ଗସ୍ତରେ ଯିବେ ପିସିସି ସଭାପତି ଭକ୍ତ ଚରଣ ଦାସ। ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ ଭକ୍ତ।  ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି। ଭକ୍ତଦାସ କହିଛନ୍ତି, ଘାସିରାମ ୪ଥର ନିର୍ବାଚନ ହାରିଛନ୍ତି ।  ଏଥର ନିଶ୍ଚୟ ଜିତିବେ।  ନିର୍ବାଚନ ପାଇଁ ସମସ୍ତ ବିଧାୟକ ନୂଆପଡାରେ ରହିବେ।

ଜଣେ ବିଧାୟକଙ୍କୁ ଦୁଇ ଦୁଇଟା ଜୋନର ଦାୟିତ୍ବ ଦିଆଯିବ। ନୂଆପଡାରେ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ଭକ୍ତ ଦାସ କହିଛନ୍ତି। ଆସନ୍ତା କାଲି ନୂଆପଡା ରେ ବିଜେପି ଓ କଂଗ୍ରେସ ର ପାୱାର ସୋ। ମୁଖ୍ୟମନ୍ତ୍ରୀ କାଲି ନୂଆପଡା ଯାଉଥିବାରୁ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି ବୋଲି କହିଛନ୍ତି ପିସିସି ସଭାପତି।

ad-week
Leave A Reply

Your email address will not be published.