ବ୍ୟବସ୍ଥା ବାଟହୁଡିଲେ ଗଣମାଧ୍ୟମ ଲକ୍ଷ୍ମଣ ରେଖା ଟପିବାକୁ ବାଧ୍ୟ ହେବ…

add-all


ଏସୟୁଜେ ର ଆଂଚଳିକ ସମାବେଶ ଓ ଆଲୋଚନା ଚକ୍ର
ପାଣିକୋଇଲି : ଦେଶର ଗଣତନ୍ତ୍ର ବାସ୍ତବରେ ତିନୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ।ଏହି ତିନି ସ୍ତମ୍ବର କାର୍ଯ୍ୟଧାରାକୁ ଚତୁର୍ଥ ସ୍ତମ୍ବର ଆଖ୍ୟା ଦିଆଯାଇଥିବା ଗଣମାଧ୍ୟମ ନୀରିକ୍ଷଣ କରିଥାଏ। ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ବାଟ ହୁଡୁଛୁ। ସର୍ବତ୍ର ବ୍ୟତିକ୍ରମ ପରିଲକ୍ଷିତ ହେଉଛି।ଆଉ ଗଣତନ୍ତ୍ର ର ସୁରକ୍ଷା ନିମନ୍ତେ ଆବଶ୍ୟକ ପଡିଲେ ଗଣମାଧ୍ୟମ ତାର ଲକ୍ଷ୍ମଣ ରେଖା ଅତିକ୍ରମ କରିବାକୁ ବାଧ୍ୟ ହେବ ବୋଲି “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ର ଆଂଚଳିକ ସମାବେଶ ରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଜିଲ୍ଲା ସାମ୍ବାଦିକ ସଙ୍ଘ, ଯାଜପୁର ଙ୍କ ଆୟୋଜନ କ୍ରମେ ଷଠିପୁର ସ୍ଥିତ ବିକେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଙ୍ଘର ସଭାପତି ସୁବାଷ ଧଳ ଅଧ୍ୟକ୍ଷତା କରିଥିଲେ।

ଅଶୋକ ଦାସ ଫାଉଣ୍ଡେସନ ର ମହାସଚିବ ଭବ ପ୍ରସାଦ ଦାସ, ଏସୟୁଜେ ଓଡ଼ିଶା ର ସଭାପତି କୈଳାଶ ଚନ୍ଦ୍ର ନାୟକ, ବ୍ୟାସନଗର ର ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ଜାତୀୟ ସାମ୍ବାଦିକ ୟୁନିୟନର ସାଂଗଠନିକ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ,ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସଙ୍ଗେ ସଙ୍ଗେ “ଗଣମାଧ୍ୟମ ର ଲକ୍ଷ୍ମଣ ରେଖା” ଶୀର୍ଷକ ଆଲୋଚନାଚକ୍ରରେ ଉପରୋକ୍ତ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ସ୍ୱାଗତ ଅଭିଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ,ମୁଖ୍ୟ ସଂଯୋଜକ ଶଶୀଭୂଷଣ ଷଡ଼ଙ୍ଗୀ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର ଓ ଦିଲିପ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଅନ୍ୟ ପକ୍ଷରେ ଏହି ଆଂଚଳିକ ସମାବେଶ ରେ କଟକ ଜିଲ୍ଲା ସଭାପତି ରମେଶ ପ୍ରଧାନ, ଅନୁଗୋଳ ସଭାପତି ବିରଜା ଶଙ୍କର ମିଶ୍ର,ଭଦ୍ରକ ଜିଲ୍ଲା ସଭାପତି ପ୍ରତାପ ଦାସ,ପୁରୀ ଜିଲ୍ଲା ସଭାପତି ଡ଼ା କେଦାରନାଥ ମିଶ୍ର, ଜଗତସିଂହପୁର ସଭାପତି ପ୍ରଶାନ୍ତ ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦୈତାରୀ ଜେନା ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକ ଙ୍କ ସର୍ବନିମ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଙ୍ଘ ରାଜ ରାସ୍ତା କୁ ଓହ୍ଲାଇ ଆସୁ ବୋଲି ଆହ୍ୱାନ ଦେଇଥିଲେ। ଶେଷରେ ସହ ସମ୍ପାଦକ ବିରଂଚି ନାରାୟଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.