ଦାର୍ଜିଲିଂରେ ବର୍ଷାର ତାଣ୍ଡବ, ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ, ୯ ମୃତ

youtube

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଦୁର୍ଘଟଣାରେ ୧୦ ଜଣଙ୍କରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମିରିକ ଏବଂ କୁର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ବ୍ରିଜ ମଧ୍ୟ ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନରେ ଗାଁରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା କାଦୁଅ ତଳେ ପୋତି ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ସୁରକ୍ଷାକର୍ମୀ ।

ଖବର ମୁତାବକ, ଡୁଡିଆ ଆଇରନ ବ୍ରିଜ ଭାଙ୍ଗିଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ରାତିସାରା ଲଗାଣବର୍ଷା ଯୋଗୁ ଜଲପାଇଗୁଡ଼ିର ମାଲବଜାରର ଏକ ବଡ଼ ଅଞ୍ଚଳ ମଧ୍ୟ ପାଣି ତଳେ ବୁଡ଼ି ରହିଛି । ତିସ୍ତା, ମାଲ ଏବଂ ଅନ୍ୟାନ୍ୟ ପାହାଡିଆ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆଗାମୀ ୨୪ ଘଣ୍ଟାର ପର୍ଯ୍ୟନ୍ତ ବର୍ଷା ଲାଗିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ପାହାଡ ଅଞ୍ଚଳରେ ଭୂସ୍ଖଳନ ବିପଦ ବଢିଛି । ସିଲିଗୁଡି ଏବଂ ସିକ୍କିମକୁ ଯୋଡୁଥିବା ବିକଳ୍ପ ମାର୍ଗ, ଜାତୀୟ ରାଜପଥ ୭୧୭ରୁ ଭୂସ୍ଖଳନ ଯୋଗୁଁ ଭାଙ୍ଗିପଡିଥିବା ମାଟି ହଟାଯାଉଛି । ଯାତାୟତ ସୁଗମ କରିବା ପାଇଁ କାର୍ଯ୍ୟ ଚାଲିଛି ।

Leave A Reply

Your email address will not be published.