ମେଡିସିନରେ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

add-all

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ୩ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ ସକାଗୁଚୀ। ପେରିଫେରାଲ ଇମ୍ୟୁନ ଟଲରେନ୍ସ(ଶରୀରର ବାହାର ଅଂଶରେ ରୋଗପ୍ରତିରୋଧକ ବ୍ୟବସ୍ଥାର ସହନଶୀଳତା) ସମ୍ପର୍କରେ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଗବେଷଣା ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥାକୁ ବୁଝିବାରେ କ୍ରାନ୍ତି ଆଣିଛି। ଏହାଦ୍ଵାରା ରୁମାଟଏଡ ଆର୍ଥାରାଇଟିସ, ଟାଇପ-୧ ଡାଇବେଟିସ ଭଳି ରୋଗର ଚିକିତ୍ସା ପାଇଁ ପଥ ପରିଷ୍କାର କରିବ।

ଇମ୍ୟୁନ ଟଲରେନ୍ସ କ’ଣ ?

ଆମ ଶରୀର ଇମ୍ୟୁନ ସିଷ୍ଟମ(ରୋଗପ୍ରତିରୋଧକ ବ୍ୟବସ୍ଥା) ଜରିଆରେ ରୋଗ ସହିତ ଲଢ଼ିଥାଏ। ବିଶେଷ କରି ଭୂତାଣୁ ଏବଂ ଜୀବାଣୁମାନଙ୍କ ସହିତ ଯୁଦ୍ଧ କରିଥାଏ। କିନ୍ତୁ ବେଳେବେଳେ ଏହି ବ୍ୟବସ୍ଥା ଭୁଲବଶତଃ ନିଜ ଅଙ୍ଗପ୍ରତ୍ୟଙ୍ଗ ଉପ​‌ରେ ବି ଆକ୍ରମଣ କରିଦେଇଥାଏ, ଯାହାକୁ ଅଟୋଇମ୍ୟୁନ ରୋଗ କୁହାଯାଇଥାଏ। ପୂର୍ବରୁ ବୈଜ୍ଞାନିକମାନେ ଭାବୁଥିଲେ ଯେ, ଇମ୍ୟୁନ ସେଲ୍ସ(ରୋଗାଣୁ ସହିତ ଲଢ଼ୁଥିବା କୋଷିକା) ଶରୀର ଭିତରେ ହିଁ ସହିଷ୍ଣୁ (ଟଲରେନ୍ସ) ବନିଯାଇଥାଏ, ଯାହାକୁ ସେଣ୍ଟ୍ରାଲ ଇମ୍ୟୁନ ଟଲରେନ୍ସ କୁହାଯାଇଥାଏ। କିନ୍ତୁ ଉପରୋକ୍ତ ୩ ବୈଜ୍ଞାନିକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ଶରୀରର ବାହାର ଅଂଶ(ପେରିଫେରାଲ)ରେ ବି ସ୍ଵତନ୍ତ୍ର ତନ୍ତ୍ର କାମ କରିଥାଏ, ଯାହା ରୋଗପ୍ରତିରୋଧ ବ୍ୟବସ୍ଥାକୁ ନିୟନ୍ତ୍ରିତ କରି ରଖିଥାଏ। ଏହାଦ୍ଵାରା ଶରୀରର ଅଙ୍ଗ ସୁରକ୍ଷିତ ରହିଥାଏ। 

ad-week
Leave A Reply

Your email address will not be published.