ଆରଏସଏସ ସଂସ୍ଥାପକ ହେଡଗେଓ୍ବାରଙ୍କୁ ଭାରତ ରତ୍ନ ଦେବାକୁ ମୁସଲମାନ ସଂଗଠନର ଦାବି

add-all

ନୂଆଦିଲ୍ଲୀ: (ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ ଇସଲାମର ଅଧ୍ୟକ୍ଷ ଅବରାର ଜମାଲ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଡ. ହେଗଡେଓ୍ବାର ରାଷ୍ଟ୍ର ନିର୍ମାଣ ଏବଂ ସମାଜରେ ଏକତା ପାଇଁ ଅତୁଳନୀୟ ଯୋଗଦାନ କରିଛନ୍ତି, ଯାହା ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ଯୋଗାଉଛି।

ଜମାଲ କହିଛନ୍ତି ଯେ, ଡା. ହେଡଗେଓ୍ବାରଙ୍କର ଭାରତର  ସାମାଜିକ, ସାଂସ୍କୃତିକ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ରହିଛି। ତାଙ୍କ ବିଚାର ସମାଜରେ ଏକତା, ଅନୁଶାସନ ଏବଂ ରାଷ୍ଟ୍ରଭକ୍ତିର ଭାବନାକୁ ମଜଭୁତ କରିଛି। ଏହି ଦାବି ଉପରେ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ଜମାଲ ଚିଠିରେ ଉଲ୍ଲେଖ କରିଛନ୍ତି। 

ad-week
Leave A Reply

Your email address will not be published.