
ଦରମା କରାଇ ଦେବି କହି ନେଉଥିଲେ ଟଙ୍କା..

ସରକାରୀ ଦରମା ରେ ବାବୁ ମାନଙ୍କ ପେଟ ପୁରୁନି ଆଜି ଆଉ ଜଣେ ବାବୁ ଭିଜିଲାନ୍ସ ପଞ୍ଝାରେ……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରତେକ ସହରରେ ପାଦ ପାଦରେ ଦୁର୍ନୀତି ବଢ଼ିଯାଇଛି। ତାହାର ନଗ୍ନ ନମୁନା ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ ୨୫ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଆଜି ଭିଜିଲାନ୍ସ ଧରିଛି। ଜଣେ କର୍ମଚାରୀଙ୍କ ବକେୟା ଥିବା ଦରମାର ସେଟଲମେଣ୍ଟ କରିବାକୁ ବନମାଳୀ ଶତପଥୀ ୨୫ ହଜାର ଟଙ୍କା ଦାବୀ କରିଥିଲେ। ଲେଖା ଛିଡ଼ିଥିବା ଥିବା ମୁତାବିକ ଉକ୍ତ କର୍ମଚାରୀ ଧାର କରଜ କରି ଉକ୍ତ ୨୫ ହଜାର ଟଙ୍କା ଲାଞ୍ଚ ଦେବାକୁ ବାଲିପଦର ଠାରେ ଅପେକ୍ଷା କରିଥିଲେ ବାବୁ ଆସି ଅନୁକଳରେ ଟଙ୍କା ଧରିବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା। ଭିଜିଲାନ୍ସ ହାତରେ ବାବୁ ଧରାପଡିବା ପରେ ବାବୁଙ୍କ ନିଜସ୍ୱ ବାସ ଗୃହ କବିସୂର୍ଯ୍ୟନଗର ଠାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଅଫିସର କେଶ ନମ୍ବର ୧୪/୨୦୨୫, U/S-7pc,ଅସିତ ୨୦୧୮ କେଶ ରୁଜୁ କରାଯାଇଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ଓ ତହସିଲ ଅଞ୍ଚଳ ରେ ଦୁର୍ନୀତି ପାଦ ପାଦ ରେ ଦେଖିବାକୁ ମିଳୁଛି। ହେଲେ ଦୁର୍ନୀତି ଗ୍ରସ୍ତ ବାବୁ ମାନଙ୍କ ଉପରେ ଭିଜିଲାନ୍ସ ବିଭାଗର ଛାଇବି ପଡୁନି। କେବଳ ବଟି ଓ ଲାଞ୍ଚ ମାଗୁଥିବା ବ୍ୟକ୍ତି ଅଭିଯୋଗ କଲେ ଭିଜିଲାନ୍ସ ଧରପଗଡ଼ କରୁଥିବାର ନଜିର ରହିଛି। ଅଧିକାଂଶ ବାବୁ ମାନେ ତଳିଆ କର୍ମଚାରୀ ମାନଙ୍କ ସାହାଯ୍ୟ ରେ ଦେଣନେଣ କାରବାର କରୁଥିବାର ଦେଖିବାକୁ ମିଳୁଛି। କେଉଁ କାର୍ଯ୍ୟକୁ କେତେ ପିସି ସବୁ ବଡ଼ ବାବୁ ମାନେ ଫିକ୍ସ କରି ଲେଖା ଛିଡେଉଥିବାର ଆଲୋଚନା ହେଉଛି। ପିସି ଓ ଲାଞ୍ଚ କାରବାର ଯେତିକି ବଢ଼ୁଛି ସେତିକି ବାବୁ ମାନେ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି। ଆସିକା, କବିସୂର୍ଯ୍ୟନଗର, ଭଞ୍ଜନଗର, ହିଞ୍ଜିଳି, ଶେର ଗଡ଼, ପୁରୁଷୋତ୍ତମପୁର, ଦିଗପହଣ୍ଡି, ବୁଗୁଡ଼ା, ଆଦି ଅଞ୍ଚଳରେ ଭିଜିଲାନ୍ସ ବାବୁ ମାନଙ୍କ ଆଖି କେବେ ପଡୁଛି ଦେଖିବାକୁ ବାକି ରହିଲା।