
ମାଲକାଗିରି ଗତ କାଲି ଶରଦ ପୂର୍ଣ୍ଣମି , ଅଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣମାରେ ଆଦି କବି ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଦିବସ, ଆଜି ସାରା ଭାରତରେ ଏହି ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ଗୋରାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କୃଷୁ ୱାଡ଼ା ଗ୍ରାମରେ ସାରା ଭାରତ ରେ ଘରେ ଘରେ ପରିଚିତ ରାମାୟଣ ମହାକାବ୍ୟର ସଂସ୍କୃତ ଭାଷାରେ ରଚୟିତା ମହର୍ଷି ବାଲ୍ମିକୀ ଙ୍କ ଆଜି ଜନ୍ମ ଦିନ ବହୁ ଆଡ଼ମ୍ବରରେ ପାଳିତ ହୋଇଅଛି
କେଉଁ ଆଦିମ କାଳରୁ ବାଲ୍ମୀକି ଙ୍କ ବଂଶଧର କହୁଥିବା ଲୋକମାନେ ମାଲକାନାଗିରି ଜିଲ୍ଲାରେ ୩୫ ରୁ ଅଧିକ ଗ୍ରାମରେ ରହି ଆସୁ ଛନ୍ତି ପ୍ରତିବର୍ଷ ପରି ଏହି ବର୍ଷ ୭ ଅକ୍ଟୋବର ୨୦୨୫ ରେ କୃଷୁୱାଡା ଗ୍ରାମର ବାଲ୍ମିକୀ ପରିବାରର ସମସ୍ତେ ମିଶି ସ୍ଥାନୀୟ ଶ୍ରୀ ରାମ ମନ୍ଦିରରେ ଏକତ୍ରିତ ହୋଇ ଜନ୍ମ ଜୟନ୍ତୀ ବା ପ୍ରକଟ ଦିବସ ପାଳନ କରିଛନ୍ତି ସେମାନଙ୍କ ପୂର୍ବଜଙ୍କୁ ମାନେ ପକାଇ ଭଜନ, କୀର୍ତ୍ତନ, ନାମ ସ୍ମରଣ, ଜ୍ଞାନ ଯଜ୍ଞ, ଅନ୍ନ ଦାନ ପ୍ରଭୁତି କାର୍ଯ୍ୟକରି ଜନ୍ମ ଦିନ ପାଳିତ ହୋଇଛି ରାମାୟଣ ପରି ଗ୍ରନ୍ଥ କୁ ସଂସ୍କୃତ ଭାଷାରେ ପଦ୍ୟ ର ପ୍ରଥମେ ରଚନା କରିଥିବାରୁ ଏହି ବଂଶଧରଙ୍କୁ ଆଜିର ସମାଜରେ ସମସ୍ତେ ଆଦର କରିଥାନ୍ତି
ସେମାନେ ନିଜକୁ ଆଦିବାସୀ, ବନବାସୀ ବା ଅନୁସୂଚୀତ ଜାତିର ବୋଲି ବାରମ୍ବାର ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏମାନଙ୍କ କଥାକୁ ଆଦ ଆଖିରେ ମଧ୍ୟ ଚାହୁଁ ନାହିଁଏଥିରେ ସେମାନେ ଆଦୌ ବିଚଳିତ ନହୋଇ ନିଜ ନିଜ ଧର୍ମ ମତ ପନ୍ଥ କୁ ପାଳନ କରିଆସୁଛନ୍ତି