ରାଜଧାନୀରେ ବସ୍ତି ଅଞ୍ଚଳରୁ ହଟିଲା ଜବରଦଖଲ

youtube

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି ।

ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଛି । ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି । ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା ବିଏମସି । କବାଡ଼ିଆମାନେ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ କରି ରଖିଥିଲେ । ରାସ୍ତାକଡ଼ ଅବରୋଧ ସହିତ ଡ୍ରେନ ଜାମ ସହ ଦୁର୍ଗନ୍ଧରେ ଫାଟୁଥିଲା ଅଞ୍ଚଳ ।

ଅନ୍ୟପଟେ ମାଳିସାହି କବାଡ଼ି ବସ୍ତି ଅଞ୍ଚଳରେ ଅନେକ କବାଡ଼ିଆ ଦୋକାନ ଖୋଲିଛି । ଏପିରିକି ଏହି ଦୋକାନଗୁଡ଼ିକ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାଫଳରେ ଲୋକଙ୍କୁ ଯିବା ଆସିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ବିଏମ୍‌ସି ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ଦିନ ବିଏମ୍‌ସି ପକ୍ଷରୁ କବାଡ଼ି ବସ୍ତି ଅଞ୍ଚଳରେ ବୁଲିଛି ବୁଲ୍‌ଡୋଜର । ରାସ୍ତାକୁ ଅବରୋଧ କରି ରଖିଥିବା ଦୋକାନ ସବୁକୁ ଉଚ୍ଛେଦ କରିଛି ବିଏମ୍‌ସି । ତେବେ ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । 

Leave A Reply

Your email address will not be published.