୬୦ କୋଟି ଜମା ନ କରିବା ଯାଏଁ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କୁ ବିଦେଶ ଯାତ୍ରା ମନା

youtube

ମୁମ୍ବାଇ : ଦିନକୁ ଦିନ ବଢୁଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମୁସ୍କିଲ । ବମ୍ବେ ହାଇକୋର୍ଟ ଆଜି ଶିଳ୍ପା ସେଟ୍ଟୀ ଏବଂ ରାଜକୁନ୍ଦ୍ରାଙ୍କ ୬୦ କୋଟି ଟଙ୍କା ଠକେଇ ମାମଲାରେ ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟ ସେମାନଙ୍କୁ କହିଛନ୍ତି, ଯଦି ସେମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ୬୦ କୋଟି ଟଙ୍କା ଜମା କରିଦିଅନ୍ତୁ । ଦୁହେଁ କୋର୍ଟରେ ସେମାନଙ୍କ ବିରୋଧରେ ଦାୟର ହୋଇଥିବା ୬୦ କୋଟି ଟଙ୍କା ଠକେଇ ମାମଲାରେ ଲୁକଆଉଟ ସର୍କୁଲାରକୁ ରଦ୍ଦ କରିବାକୁ ଦାବିକୁ ରିଥିଲେ । ଏହି ମାମଲାରେ ଆଗାମୀ ଶୁଣାଣି ୧୪ ଅକ୍ଟୋବରରେ ହେବ ।

ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା (EOW)୬୦ କୋଟି ଟଙ୍କା ଠକେଇ ମାମଲାରେ ଯାଞ୍ଚ କରୁଛି । ତେବେ ଏହି ମାମଲାରେ ଦମ୍ପତି ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଯାତ୍ରା ପାଇଁ ଲସ୍ ଏଞ୍ଜେଲସ ଯିବାକୁ ଅଦାଲତକୁ ଅନୁମତି ମାଗିଥିଲେ । କିନ୍ତୁ ହାଇକୋର୍ଟ ବେଞ୍ଚ କୋର୍ଟରେ ୬୦ କୋଟି ଟଙ୍କା ଜମା କରିବା ପରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ନ ହେଲେ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୋଲିସକୁ ଦେଇଥିବା ତାଙ୍କ ବୟାନରେ କହିଥିଲେ ଯେ, ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ମାଲିକାନାରେ ଥିବା ଏକ ଏନବିଏଫସିରୁ ୬୦ କୋଟି ଋଣ ନିଆଯାଇଥିଲା । ଏହି ଋଣକୁ ପରେ କୋଠାରୀଙ୍କ କମ୍ପାନୀରେ ଇକ୍ୱିଟିରେ ରୂପାନ୍ତରିତ କରାଯାଇଥିଲା । ଏହି ପରିମାଣର ୨୦ କୋଟି ସେଲିବ୍ରିଟି ପ୍ରମୋସନ, ପ୍ରସାରଣ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାବଦରେ ହୋଇଥିଲା । ବିପାଶା ବାସୁ ଏବଂ ନେହା ଧୂପିଆଙ୍କୁ ଏହି କାମ ପାଇଁ ଟଙ୍କା ଦିଆଯାଇଥିଲା । ରାଜ ପୋଲିସକୁ ପ୍ରମୋସନର ଫଟୋ ମଧ୍ୟ ଦେଇଛନ୍ତି । ଅନେକ କାଗଜପତ୍ର ପ୍ରଦାନ କରିଥିଲେ, ଯାହାର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.