ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ

add-all

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ଜମ୍ମୁକଶ୍ମୀର ପୋଲିସ ମୁଖ୍ୟ ନଳିନୀ ପ୍ରଭାତ, ସିଆରପିଏଫ୍ ଡିଜି ଜିପି ସିହ୍ନା ଓ ବିଏସ୍ ଏଫ୍ ଡିଜି ଦଲଜିତ ସିଂ ଚୌଧୁରୀଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଜମ୍ମୁର ପିର୍ ପଞ୍ଜଲ୍ ଅଞ୍ଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହାସହ ସୁରକ୍ଷା ଅଧିକାରୀଙ୍କ ଠାରୁ ତୁଷାରପାତ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ ଲୋଡ଼ିଥିଲେ ଶାହ । ଏବେ ଶୀତଦିନ ଆରମ୍ଭ ହେବାକୁ ଥିବାରୁ ଅଞ୍ଚଳରେ ଘନ ତୁଷାରପାତ ହୋଇଥାଏ । ଏହାର ସୁଯୋଗରେ ପଡ଼ୋଶୀ ରାଷ୍ଟ୍ରରୁ ଆତଙ୍କବାଦୀମାନେ ସୀମା ପାର ହୋଇ ଜମ୍ମୁରେ ଅନୁପ୍ରବେଶ କରିଥା’ନ୍ତି ।

କିନ୍ତୁ ଏବର୍ଷ ଏ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସୁରକ୍ଷା ଅଧିକାରୀମାନେ ସୁନିଶ୍ଚିତ କରିଥିଲେ। ଜମ୍ମୁ କଶ୍ମୀରରେ ଆତଙ୍କୀ ପରିବେଶର ମୂଳପୋଛ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଶାହ କହିଛନ୍ତି ।  ସେହିପରି ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ସେନାକୁ ଏଠାରେ ପୂର୍ଣ୍ଣ ସ୍ବାଧୀନତା ଦିଆଯିବ ବୋଲି ଶାହ ନିଜ ‘ଏକ୍ସ’ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଏଣୁ ସେନା ଓ ସୁରକ୍ଷା କର୍ମୀଙ୍କୁ ଆହୁରି ସଜାଗ ରହିବାକୁ ଶାହ ଦେଇଛନ୍ତି ।

ad-week
Leave A Reply

Your email address will not be published.