ଘରୋଇ ସ୍କୁଲ ମାଲିକଙ୍କ ନାଲି ଆଖି :ଦୀର୍ଘଦିନ ଧରି ସ୍କୁଲ ଛୁଟି ଥିଲେ ବି ଗାଡ଼ି ଭଡା ଦେବାକୁ ଅଭିଭାବକ ମାନଙ୍କ ଉପରେ ଚାପ ……!

add-all


ବ୍ରହ୍ମପୁର: ଆସିକା ଅଞ୍ଚଳରେ ଥିବା ଅଧିକାଂଶ ଘରୋଇ ବିଦ୍ୟାଳୟ ମାନଙ୍କର ଅଜବ ନିତୀ ସାଙ୍ଗକୁ ଜୁଲମ କରି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଆସିକା ଅଞ୍ଚଳରେ ଅଧିକାଂଶ ଘରୋଇ ବିଦ୍ୟାଳୟ ଗୁଡ଼ିକ ରେ ଛାତ୍ର ଛାତ୍ରୀ ମାନଙ୍କୁ ଯାତାୟାତ ପାଇଁ ବ୍ୟବହାର ହେଉଥିବା ଗାଡ଼ି ଗୁଡିକର ନାଁ ଅଛି ଫିଟନେସ ନାଁ ଅଛି ପରମିଟ ନାଁ ଅଛି ଇନ୍ସୁରାନ୍ସ ହେଲେବି ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ବାଜୀ ଲଗାଇ ଯାତାୟାତ କରୁଛନ୍ତି। ଏପଟେ ସ୍କୁଲ ଗ୍ରୀଷ୍ମ ଛୁଟି ହେଉକି ଶୀତ ଛୁଟି ହେଉ ଦୀର୍ଘ ଦିନ ଛୁଟି ଥିଲେ ବି ଅଭିଭାବକ ମାନଙ୍କୁ ସେ ଛୁଟି ଦିନର ଭଡ଼ା ଦେବାକୁ କିଛି ବିଦ୍ୟାଳୟର ମାଲିକ ମାନେ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଏହା ସାଙ୍ଗକୁ ବିଦ୍ୟାଳୟ ଛାଡିବା ବେଳେ ଟ୍ରାନ୍ସଫର ସାର୍ଟିଫିକେଟ ବା (ଟିସି) ଦେବାକୁ ଅଭିଭାବକ ମାନଙ୍କୁ ନା ନା ହଇରାଣ ହରକତ କରାଯାଉଛି। ଷଷ୍ଠ ଶ୍ରେଣୀ ଓ ସପ୍ତମ ଶ୍ରେଣୀ ପାଇଁ ଅନୁମତି ଥିଲେ ଅନ୍ୟ ବିଦ୍ୟାଳୟର ନାଁ ବ୍ୟବହାର କରି ନବମ ଦଶମ ଶ୍ରେଣୀ ଯାଏଁ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଭିତ୍ତିଭୂମି ନଥାଇ ବହୁ ବେଆଇନ ଘରୋଇ ବିଦ୍ୟାଳୟ ଆସିକା ଅଞ୍ଚଳରେ ଚାଲୁଥିବା ଚର୍ଚ୍ଚା ହେଉଛି। ଅଧିକାରୀଙ୍କୁ ସାଇ ଲେନ୍ସ ପ୍ଲିଜ କରି ଭିତ୍ତି ଭୂମି ନଥିଲେ ବି ବହୁ ବିଦ୍ୟାଳୟ ଆସିକା ଅଞ୍ଚଳରେ ଚାଲୁ ଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଭିତ୍ତିଭୂମି ନଥିବା ଓ ଅଭିଭାବକ ମାନଙ୍କୁ ଶୋଷଣ କରୁଥିବା ବିଦ୍ୟାଳୟ ମାଲିକ ମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କରିବାକୁ ସଚେତନ ମହଲ ରୁ ଦାବୀ ହୋଇଛି।

ad-week
Leave A Reply

Your email address will not be published.