ଆସିକା ରେ କୁକୁର ଗଣନା ମିସନ୍ ଫେଲ ସହର ସାରା ବୁଲା କୁକୁର ଆତଙ୍କ ଲୋକେ ଅତିଷ୍ଟ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସିକା ଅଞ୍ଚଳରେ ବୁଲା କୁକୁର ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲାରେ ସବୁ ଠାରୁ ଦୃତ ଗତିରେ କୁକୁର ମାନଙ୍କ ବଂଶ ଆସିକା ଅଞ୍ଚଳ ରେ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ପୂର୍ବେ ବ୍ରହ୍ମପୁର ଅଞ୍ଚଳରୁ କୁକୁର ମାନଙ୍କୁ ଆଣି ଭୋର ସମୟରେ ଛାଡି ଚାଲିଯାଉଥିବା ଚର୍ଚ୍ଚା ହେଉଥିଲା। ମର୍ନିଙ୍ଗୱାର୍କ ଇଭିନିଙ୍ଗ ୱାର୍କ ବେଳେ ସାଧାରଣ କରି ମହିଳା ମାନଙ୍କୁ କୁକୁର ମାନେ ଗୋଡ଼େଇବା ଓ ଭୁକିବା ସାଙ୍ଗକୁ କାମୁଡି ଦେଉଥିବାର ଦେଖିବାକୁ ମିଳୁଛି। ଢିଲା ଶାସନ ବ୍ୟବସ୍ଥା ଓ ପ୍ରଶାସନ ର ଅଣଦେଖା କାର୍ଯ୍ୟ ଶୈଳୀ ଯୋଗୁଁ ଆସିକା ସବୁ କ୍ଷେତ୍ରରେ ପଛୁଆ ହୋଇ ରହୁଛି। ଆସିକା ସୁବର୍ଣ୍ଣ ପେଟା ସାହି, ଜୋକବନ୍ଧ ସାହି, ନିରଞ୍ଜନ ନଗର, ବାଣୀବିହାର, ହରିହର ନଗର, ବସଷ୍ଟାଣ୍ଡ ଓ ସୁନାମ୍ବ ସାହିରେ ମାଳମାଳ କୁକୁର ସାଧାରଣ ଜନତାଙ୍କ ରାସ୍ତାରେ ଯାତାୟାତ ପାଇଁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କୁକୁର ଓ ବୁଲା ଗାଈ ଗୋରୁଙ୍କ ଯୋଗୁଁ ସହର ରେ ଦୁର୍ଘଟଣା ବଢୁଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୁଲା ଗାଈ ଗୋରୁ ସାଙ୍ଗକୁ ବୁଲା କୁକୁର ମାନଙ୍କୁ ସହର ଠାରୁ ଦୂରରେ ରଖିବା ପାଇଁ ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.