
୨ ଟି କାର ସହିତ ୮ ଜଣକୁ ଅଟକ ରଖି ତଦନ୍ତ କରୁଛି ପୋଲିସ..
ଇତି ମଧ୍ୟରୁ ୨ ସି ଆର.ପି.ଏଫ ଯବାନ ବି ଅଟକ…
ହତ୍ୟା କାରୀ ପାତାଳ ରେ ନାଁ ବାହାର ରାଜ୍ୟରେ….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ହେଉଛି ପୀତବାସ ପଣ୍ଡାଙ୍କ।ଏହି ହତ୍ୟା କାଣ୍ଡ ପରେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଡ଼ବଲ ଇଞ୍ଜିନ ହୁଗୁଳି ଯାଇଛି। ଏହି ହତ୍ୟା କାଣ୍ଡ ସୁଚିନ୍ତିତ ଓ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ତିଥି ଦେଖି ପୀତବାସ ପଣ୍ଡାଙ୍କୁ ନିଜ ଗୃହ ପାଖରେ ଅତି ନିକଟରୁ ହତ୍ୟା କରାଗଲା। ଡବଲ ଇଞ୍ଜିନିର ପୁରୁଣା ଡାଇଲକ ପାତାଳରୁ ଖୋଜି ବାହାର କରିବୁ ଏହି ହତ୍ୟା କାଣ୍ଡର ଚାରିଦିନ ବିତିଥିଲେ ବି କେବଳ ଗପ ଶୁଣିଲା ଭଳି ପ୍ରତିଦିନ ନୂଆ ଷ୍ଟୋରି ଶୁଣୁବାକୁ ମିଳୁଛି। ଏବେ ପୋଲିସ ଏସଆଇ ନିଯୁକ୍ତି କେଳେଙ୍କେରୀ ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି କଣ ପାତାଳ ରେ ନାଁ ଦେଶ ବାହାରକୁ ଚାଲିଯାଇଛି,କି ବୋଲି ଚର୍ଚ୍ଚା ହେଲାଣି। ଆଇନଜୀବୀ ମାନେ ପ୍ରଥମରୁ କହିଥିଲେ ଡେରି ହେଉ କିନ୍ତୁ ବେଶୀ ଡେରି ନହେଉ ଅପରାଧୀ କୁ ଧରିବାରେ। ହାଇ ଫ୍ରୋଫାଇଲ ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି କୁ ପୋଲିସ ଖୋଜିଲା ଭଳି ପୀତବାସ ପଣ୍ଡାଙ୍କ ହତ୍ୟା କାରିକୁ ପୋଲିସ ଖୁଜୁନିତ…? ବ୍ରହ୍ମପୁର ଏସପି ଡାକ୍ତର ଶ୍ରବଣା ବିବେକ ଏମ ଅପରାଧୀ ମାନଙ୍କୁ ଧରିବାକୁ ରାତି ଦିନ ଏକ କରି ଦକ୍ଷ ଅଫିସର ମାନଙ୍କୁ ନେଇ ୬ ଟି ଟିମ ଗଠନ କରିବା ସହିତ ପାଖାପାଖି ୭o ରୁ ଅଧିକା ସିସି ଟିଭି ତର୍ଜମା କରି ଦୁଇଟି କାର ସହିତ ପ୍ରାୟ ୮ ଜଣକୁ ଅଟକ ରଖି ତଦନ୍ତ କରୁଛନ୍ତି l ସୂଚନା ଥାଉକି ସେଥିମଧ୍ୟରୁ ୨ ଜଣ ସି ଆର ଏଫ ଯବାନ ଯାହାକୁ ନେଇ ତଦନ୍ତ କରୁଛନ୍ତି ଖୋଦ ଏସ ପି l ରାଜ୍ୟ ବାହାରକୁ ମଧ୍ୟ ପୋଲିସ ଟିମ ଯାଇଛି ବୋଲି ସୂତ୍ରରୁ ଜଣା ପଡିଛି l ଇତି ମଧ୍ୟରେ ଏନ କାଉଣ୍ଟର ସ୍ପେଶାଲିଷ୍ଟ ଆଲୋକ ଜେନା ବ୍ରହ୍ମପୁର ଅତିରିକ୍ତ ଏସ. ପି ଭାବରେ ଦାୟିତ୍ୱ ନେଲେଣି ଯାହାକୁ ନେଇ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଗଲାଣି l ପୀତବାସ ପଣ୍ଡା ଙ୍କ ହତ୍ୟା ପଛରେ ଅନେକ ସନ୍ଦେହ ଉଙ୍କି ମାରୁଛି ଯାହା ଅନେକ ଖଟିରେ ଚର୍ଚ୍ଚା ହେଉଛି l ରାଜନୈତିକ ଶତ୍ରୁତା, ଲଘୁଖଣି ବ୍ୟବସାୟ ନା ଜମି ମାଫିଆ ଏହି ୩ ଟି ଦିଗକୁ ପୋଲିସ ଗଭୀରତା ସହିତ ନେଇ ତର୍ଜମା କରୁଛି l ପୋଲିସ ହାତରେ କିଛି ସୁରାଗ ଲାଗିଛି କିନ୍ତୁ ପୋଲିସ ଏହା ଅନୁସନ୍ଧାନ କୁ ଦୃଷ୍ଟି ରଖି ଗୋପନ ରଖିଛି l ହତ୍ୟା କାଣ୍ଡ ଦିନ ଯେଉଁ ଦୁଇଟି କାର ସନ୍ଧେହ ଘେରକୁ ଆସି ଥିଲା ପୋଲିସ ସେହି ୨ ଟି ଗାଡି ଏବଂ ସି ଡି ଆର କୁ ନେଇ ତଦନ୍ତ କରୁଛି l ପରଦା ପଛରେ ଥିବା ଖଳନାୟକ ପଛରେ ପଡିଛି ପୋଲିସ l ସେ ଯେତେବି ଚତୁର ହେଉ ପୋଲିସ ପଞ୍ଝା ରେ ନିଶ୍ଚୟ ପଡିବ ବୋଲି ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରବଣା ବିବେକ କହିଛନ୍ତି l ଦେଖାଯାଉ ମୁଖ୍ୟ ଆସାମୀ କେବେ ଧରା ପଡିବ କେବଳ ଓକିଲ ସମାଜ ନୁହଁ ସାରା ଓଡିଶା ବାସୀ ଅପେକ୍ଷା କରିଛନ୍ତି l