ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

youtube

ଭୁବନେଶ୍ୱର : ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତ ମାନସ ରଞ୍ଜନ ଦାସକୁ ଗିରଫ କଲା ପୋଲିସ । ଜୁଲାଇ ୧୦ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏକୁଟିଆର ସୁଯୋଗ ନେଇ ତାଙ୍କୁ ଭରତପୁରସ୍ଥିତ ଫ୍ଲାଟରେ ଦୁଷ୍କର୍ମ କରିଥିଲେ । ଏନେଇ ପିଡ଼ୀତା ଭରତପୁର ଥାନାରେ ଭିଯୋଗ କରିଥିଲେ । ସେବେଠୁ ଫେରାର ଥିଲେ ମାନସ ଦାସ । ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ମାନସଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀ ଓ ତାଙ୍କା ବାପାଙ୍କର ପଟିଆ ଅଞ୍ଚଳରେ ଥିବା ଦୁଇଟି ପ୍ଲାଟ ବିକ୍ରି କରିବା ପାଇଁ ମାନସଙ୍କ ସହ ଡିଲ୍ ହୋଇଥିଲା । ତେବେ ଅଗ୍ରିମ ବାବଦରେ କିଛି ଟଙ୍କା ମାନସ ଦେଇଥିଲେ ଏବଂ ପଞ୍ଜୀକରଣ ସମୟରେ ସମ୍ପୁର୍ଣ୍ଣ ଟଙ୍କା ଦେବେ ବୋଲି କହିଥିଲେ। ପରେ କିନ୍ତୁ ଆଉ ଟଙ୍କା ନ ଦେଇ ଧରାଛୁଆଁ ଦେଉନଥିଲେ । ସେନେଇ ଉଭୟଙ୍କ ମଧ୍ୟରେ କଥାବାର୍ତା ପାଇଁ ଅଭିଯୋଗକାରିଣୀଙ୍କ ଘରକୁ ଯାଇ ଥିବା ବେଳେ । ସେଠାରେ ଅଭିଯୋଗ କାରିଣୀ ସହ ଏପରି ଦୁଷ୍କର୍ମ କରିଥିବା ଅଭିଯୋଗକାରିଣି ଭରତପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ମାନସଙ୍କ ନାଁରେ ପୁର୍ବରୁ ମଧ୍ୟ ଭରତପୁର ଖଣ୍ଡଗିରି ଓ ଚନ୍ଦକା ଥାନାରେ ମଧ୍ୟ କେସ ରହିଛି ।

Leave A Reply

Your email address will not be published.