ଝିଅ ଘରକୁ ଆସି ଗୁରତର ହୋଇ ଶେଷରେ ଜୀବନ ହାରିଲେ.. ଅପରାଧି ଏବେ ବାହାରେ….!

add-all


ସନ୍ଦେହ ଘେରରେ ପୋଲିସ ଭୂମିକା….!

ଉମରକୋଟ /ରାଇଘର ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା କ୍ଷେତ୍ରର କେବିକଙ୍ଗା ଡିଏନକେ ଗ୍ରାମରେ ଘଟିଥିବା ଗତ ସେପ୍ଟେମ୍ବର ୧୭ ରିଖ ଏକ ସାଧାରଣ ପାରିବାରିକ ବିବାଦ ମାମଲା ବର୍ତ୍ତମାନ ହତ୍ୟା ମାମଲାର ପରିଣତ ହୋଇଛି। ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମ ଭି -୩୭ ନଂ ଗ୍ରାମ ନିବାସୀ ନରେଶ ହାଲଦାର ନିଜ ଝିଅ ଘରକୁ ବୁଲି ଆସିଥିବା ସମୟରେ କୌଣସି କାରଣ ରୁ ଅପର ଗ୍ରାମର କିଛି ବ୍ୟକ୍ତିଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ।ଘଟଣା ପ୍ରକାରେ,କେବିକଙ୍ଗା ଗ୍ରାମ ନିବାସୀ ନେପାଳ ସରକାର ଙ୍କ ଘରେ ପାରିବାରିକ କଳହ ଘଟିଥିବା ବେଳେ ଅତିଥି ଭାବେ ଆସିଥିବା ନରେଶ ହାଲଦାର ବିବାଦକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ବିପକ୍ଷ ଗୋଷ୍ଠିର ଆକ୍ରମଣ ର ଶିକାର ହୋଇଥିଲେ ନରେଶ। ସୂଚନା ଥାଉକି ଚିକିତ୍ସା ଧିନ ଅବସ୍ଥା ରେ ଗତ ୩ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ପୋଲିସ ସାମନ୍ୟ ଦଫାରେ ଅପରାଧ ଘଟେଇ ଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଥିଲେ। ବର୍ତ୍ତମାନ ଅଭିଯୁକ୍ତ ମାନେ ଜାମିନରେ ଆସିଥିବା ବେଳେ ହତ୍ୟା ବର୍ତ୍ତମାନ ନରେଶ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି କିନ୍ତୁ ପୋଲିସ ସେହି ଅପରାଧୀ ମାନଙ୍କୁ ଗିରଫ କରିବା କଥା କିନ୍ତୁ ପୋଲିସ ତାହା କରୁନାହିଁ ଯାହାକୁ ନେଇ ସାଧାରଣ ରେ ତଥା ପରିବାର ରେ ଅସନ୍ତୋଷ ଦେଖା ଯାଇଛି ଯାହାକୁ ନେଇ ପୋଲିସ ର ପଦେକ୍ଷପ କୁ ଆଙ୍ଗୁଠି ଉଠୁଛି l ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ମୃତ ନରେଶ ର ପରିବାର କୁ ନ୍ୟାୟ ଦେବାକୁ ସାଧାରଣ ରେ ଦାବି ହେଉଛି l

ad-week
Leave A Reply

Your email address will not be published.