ଆର.ଦାମଦର ପଲ୍ଲୀ ଜୁଆ ଆଡ୍ଡା ରେ ଛୁରା ମାଡ଼ ଘଟଣା ରେ ଦୁଇ ଅପରାଧୀ ଗିରଫ :ହତ୍ୟା ଘଟଣା ପରେ ବି କମିନା ଟଙ୍କା କୁ ଭାଗ ବଣ୍ଟା ପାଇଁ ପୁଣି ତିକ୍ତତା ବଢୁଛି….!

add-all


ବ୍ରହ୍ମପୁର: ଧରାକୋଟ ଥାନା ଅନ୍ତର୍ଗତ ଆର.ଦାମଦର ପଲ୍ଲୀ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ ଜିଲ୍ଲା ଏସ.ପି ଙ୍କ ସମେତ ଧରାକୋଟ ଥାନାରେ ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ମାସ ୨୦ ତାରିଖ ଦିନ ଜୁଆ ଆଡ୍ଡା ସମ୍ପର୍କ ରେ ଅଭିଯୋଗ ପରେ ଯଦି ପୋଲିସ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ଜଣେ ଯୁବକର ମୃତ୍ୟୁ ହୋଇନଥାନ୍ତା। ପୋଲିସ ଚୁପଚାପ ରହିବା ଯୋଗୁଁ ଜୁଆ ଖେଳରେ ପ୍ରତି ରାଉଣ୍ଡ ରେ ଆଦାୟ ହେଉଥିବା କମିନା ବା କମିଶନ ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ହେବା ଶେଷରେ ଛୁରା ମାଡ଼ କରି ଯୁବକୁ ହତ୍ୟା କରିବା ପରେ ଉକ୍ତ ଜୁଆ ଆଡ୍ଡାର ପ୍ରାୟ ୨୦ ଲକ୍ଷ ଟଙ୍କାର କମିନା ଆସିକା ଅଞ୍ଚଳର ଜଣେ ହୋଟେଲ ମାଲିକ ପାଖରେ ରହିଥିବା ଆଲୋଚନା ହେଉଛି। ଉକ୍ତ କମିନା ଟଙ୍କା ବା କମିଶନ ଟଙ୍କା ଅନ୍ୟ ଜୁଆ ଆଡ୍ଡା ଚଲାଉଥିବା ଯୁବକଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇନଥିବା ଯୋଗୁଁ ଗାଁ ରେ ଅସନ୍ତୋଷ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଲାଣି। ଜୁଆ ଆଡ୍ଡା ର ଟଙ୍କା ଭାଗ ବଣ୍ଟା କୁ ନେଇ କେତେବେଳେ ପାଉଁଶ ତଳର ନିଆଁ କୁହୁଳିବ କିଏ ଅବା କହିବ। ଛୁରା ମାଡ଼ ଘଟଣା ରେ ଇତି ମଧ୍ୟରେ ଦୁଇ ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କମିନା ଟଙ୍କା ଭାଗ ବଣ୍ଟାକୁ ନେଇ ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ ସମ୍ଭାବନା ଦେଖାଦେଇଛି। ଟଙ୍କା ଧରି ଫେରାର ଥିବା ହୋଟେଲ ମାଲିକ କିଏ….?

ad-week
Leave A Reply

Your email address will not be published.