
ହିନ୍ଦୋଳ: ଦଳିଦେଲା ଦନ୍ତା । ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗାଲପଡା ନିମବାହାଳି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ରୁଦ୍ରରାପୁ ସାଇଡୁଲୁ । ସ୍କୁଲ ପଡିଆରେ ବୋରୱେଲ ଖୋଳିବା ପାଇଁ ଆନ୍ଧ୍ରରୁ ଆସିଥିଲେ । ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି।
ସେହିପରି ଆଜି ଦେବଗଡ଼ ବନଖଣ୍ଡ ତିଲେଇବଣୀ ଫରେଷ୍ଟ ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଗର୍ଭବତୀ ହାତୀର ମୃତଦେହ ଠାବ । ପ୍ରସବ ବେଳେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ହାତୀର ବୟସ ୨୨ରୁ ୨୫ ବର୍ଷ ହେବ । ହାତୀଟି ଦିନକ ପୂର୍ବରୁ ସ୍ବାଭାବିକ ଭାବେ ଚଲାବୁଲା କରୁଥିଲା ।