
ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଐତିହାସିକ ପଦକ୍ଷେପ । ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ । ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଏହାର ଅବଧି ୩ ବର୍ଷ ରହିଛି । ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ । ପୂର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ।
ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା। ତେଣୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଭାବେ ଘୋଷଣା ହେବାପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ ।