
ଭାରିଯାନ ସାଙ୍ଗକୁ ଇଟା, ବାଲି ବୋଝେଇ ଟ୍ରାକ୍ଟର ବି ଟ୍ରାଫିକ ସମସ୍ୟା ପାଇଁ ଭାଗୀଦାରି….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ କେନ୍ଦ୍ର ସ୍ଥଳୀ ଆସିକା।ଆସିକା ସହର ମଧ୍ୟରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରହିଛି। ସହର ର କେନ୍ଦ୍ର ସ୍ଥଳୀରେ ବିଭିନ୍ନ ବ୍ୟାଙ୍କ, ଡାକଘର, ଅଦାଲତ, ସ୍କୁଲ, କଲେଜ ସରକାରୀ ଅଫିସ ରହିଛି। ଆସିକା ସହରର ହାଟପଦା ଠାରୁ କେବଳ ଖମ୍ବେଶ୍ବରୀ ପାଟଣା, ଅଶୋକା ସିନେମା ହଲ୍ ଦେଇ ଏହି ଦୁଇଟି ରାସ୍ତାରେ ବସଷ୍ଟାଣ୍ଡ କୁ ଯିବାକୁ ହୁଏ। ଜବର ଦଖଲ ସାଙ୍ଗକୁ ବେଆଇନ ଦୁଇ ଚକିଆ ଚାରି ଚକିଆ ଯାନବାହାନ ଯୋଗୁଁ ମୁଖ୍ୟ ଟ୍ରାଫିକ ସମସ୍ୟା ରୀତିମତ ଲାଗିରହେ।ବହୁ ସରକାରୀ ବାବୁ ମାନେ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଥିଲେ ବି ଜବର ଦଖଲ ହେଉକି ବେଆଇନ ପାର୍କିଙ୍ଗ ହେଉ ସେଥି ପ୍ରତି ଧ୍ୟାନ କିମ୍ବା ଚେଷ୍ଟା କରୁନଥିବା ଯୋଗୁଁ ସହର ବାସୀ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଶୋକ ସିନେମା ହଲ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ରେ ଜବର ଦଖଲ ଯୋଗୁଁ ଭାରି ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଦିଏ। ଆସିକା ସହରରେ ଥିବା ବିଭିନ୍ନ ୱାର୍ଡ଼ରେ ଚାରି ଚକିଆ ଯାନବାହାନ ଦୀର୍ଘ ଦିନ ପର୍ଯ୍ୟନ୍ତ ପାର୍କିଙ୍ଗ କରିବା ଫଳରେ ଅନ୍ୟ ଚାରି ଚକିଆ ଗାଡ଼ି ସହରର ୱାର୍ଡ଼ ମଧ୍ୟକୁ ଦୀର୍ଘ ସମୟ ଲାଗେ ପ୍ରବେଶ କରିବାକୁ। ଭୋରରୁ ରାତି ଯାଏଁ ଭାରିଯାନ ସାଙ୍ଗକୁ ଇଟା ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକ ଅନାୟାସ ରେ ସହର ମଧ୍ୟରେ ଯାତାୟାତ ହେଉଛି। ପ୍ରଶାସନ ପକ୍ଷରୁ ସହର ମଧ୍ୟ କୁ ଭାରି ଯାନ ପ୍ରବେଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରିତ କରାଯାଇନାହିଁ। ଆସିକା ଅଞ୍ଚଳରେ ଇଟା ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଗୁଡିକର ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ନାଁ ଅଛି ପରମିଟ ବିନା ୱାଇ ଫର୍ମ ରେ ବେଆଇନ ଭାବେ ବାଲି ଚାଲାଣ ହୁଏ। ବାବୁ ମାନଙ୍କ ନିଶ ତଳେ ଏହି ସବୁ କାରବାର ହୁଏ। ବାବୁ ମାନେ ଚୁପଚାପ ରହିବା ଯୋଗୁଁ ବେଆଇନ ପାର୍କିଙ୍ଗ ଓ ଜବର ଦଖଲ ଯୋଗୁଁ ସାଧାରଣ ଜନତା ଟ୍ରାଫିକ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି।