ଟେଲର ଦୋକାନୀଙ୍କୁ ହତ୍ୟା

youtube

ବରଗଡ଼: ମା’ କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ’ର ହଂସା ଉଡିଯାଉଛି । ମା’ କହୁଛି ମୋତେ ମା’ ବୋଲି ଆଉ କିଏ ଡାକିବ ? ସ୍ତ୍ରୀ ପଚାରୁଛି ମୋ ଛୁଆଙ୍କ ମୁହଁରେ କିଏ ଆହାର ଦେବ । ହଁ ଦର୍ଶକବନ୍ଧୁ, ଏ ମା’ ଆଉ ସ୍ତ୍ରୀର ଟିକେ ବିକଳ ଚିତ୍କାର ଭଲସେ ଶୁଣନ୍ତୁ । କିପରି ଛାତି ବାଡେଇ କାନ୍ଦୁଛନ୍ତି । ମା’ ର ଏକୋଇର ବଳା ବିଷିକେଶନକୁ କିଏ ମାରିକି ରାସ୍ତାରେ ଗଡାଇଦେଇଛି । ଝାଟିମାଟି କୁଡ଼ିଆଟିଏ କରି ମହାଦେବ ବଜାରରେ ଟେଲର ଦୋକାନ କରିଥିଲେ । ଆଜି ତାଙ୍କୁ କିଏ ହତ୍ୟା କରି ରାସ୍ତା ତଳକୁ ଗାଡ଼ି ଦେଇଛି । ଘରେ କହିଥିଲେ ସକାଳୁ ଯାଇ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବ ଆଉ ମା’ଙ୍କ ପ୍ରସାଦ ଆଣିବେ ବୋଲି । କିନ୍ତୁ ସେ ନିଜେ ଆଜି ଘରକୁ ଫେରିଲେନି । ଦର୍ଶକବନ୍ଧୁ ଏ ନିରୀହ ମଣିଷଟିକୁ ଥରେ ଦେଖନ୍ତୁ, କିଏ କହିପାରିବ ୟାଙ୍କର ବି କେହି ଶତ୍ରୁ ଅଛନ୍ତି ? ଝାଟିମାଟି ଦୋକାନରେ ଦୁଇଟି ସିଲେଇ ମେସିନ ପକାଇ ଲୋକଙ୍କ ଲୁଗାପଟା ସିଲେଇ କରୁଥିଲେ । ସେଥିରୁ ଯେଉଁ ଦୁଇ ପଇସା ପାଉଥିଲେ ସେଥିରେ ପରିବାର ମୁହଁରେ ଆହାର ଦେଉଥିଲେ । ଦୁଃଖେସୁଖେ ଏମିତି ପରିବାର ଚଳିଯାଉଥିଲା ହେଲେ କାହାର ନଜର ଲାଗିଲା କେଜାଣି ? ପରିବାରର ରୋଜଗାରକ୍ଷମ ପୁଅଟିକୁ କିଏ ମାରି ପକେଇଦେଇଛି ।

ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ବରାହଗୋଡା ପଞ୍ଚାୟତ ଗୈ।ରାଙ୍ଗଟିକ୍ରା ଗାଁର ବିଭିଷଣ ସାହୁଙ୍କ ତିନି ପୁଅଙ୍କ ମଧ୍ୟରୁ ମଝିଆ ପୁଅ ମହାଦେବ ସାହୁ । ପହଁରା ପାଟ ମନ୍ଦିର ନିକଟରେ ଏକ ଟେଲର ଦୋକାନ ଦେଇ ପରିବାର ପୋଷଣ କରୁଥିଲେ । ତାଙ୍କ ଧର୍ମପତ୍ନୀ କଳ୍ପନା ସାହୁ, ଦୁଇ ଝିଅ ବର୍ଷା ଏବଂ ପୂଜାଙ୍କ ସହ ହସଖୁସିରେ ଚାଲିଥିଲା ସଂସାର । କିନ୍ତୁ ହଠାତ କାଲି ଏକ ଦୁଃଖଦ ଖବର ଆସିଲା ଯେ ମହାଦେବଙ୍କୁ ମାରି କିଏ ପକେଇଦେଇଛି । ମିଳିଥିବା ସୂଚନାନୁଯାୟୀ ମହାଦେବ ସିଲେଇ କରୁଥିବା ବେଳେ ତାଙ୍କୁ କିଏ ଜଣେ ଅଚିନ୍ହା ବ୍ୟକ୍ତି ବାଇକରେ ବସାଇ କୁଆଡେ ନେଇଯାଇଥିଲା । ଆଉ ଆଜି ହଠାତ ଖବର ମିଳିଲା ଗାଁ ରାସ୍ତା ପାର୍ଶ୍ୱରେ ତାଙ୍କର ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଛି । ତେବେ ମହାଦେବଙ୍କ ସ୍ତ୍ରୀ କଳ୍ପନାଙ୍କ କହିବାନୁଯାୟୀ ମହାଦେବଙ୍କୁ ଠକି ତାଙ୍କ ନାମରେ ଜଣେ ବ୍ୟକ୍ତି ଏକ ବ୍ୟାଙ୍କରୁ ମୋଟର ସାଇକେଲ ଋଣ କରିଥିଲେ । ବ୍ୟାଙ୍କରେ ଋଣ ପରିଶୋଧ ନ ହେବାରୁ ବ୍ୟାଙ୍କ କର୍ମଚାରୀମାନେ ମହାଦେବଙ୍କ ଘରକୁ ଆସି ଋଣ ପରିଶୋଧ ପାଇଁ କହିବା ପରେ ମହାଦେବ ଜାଣିଥିଲା ନିଜ ନାମରେ କିଏ ଋଣ କରିଛନ୍ତି ‌। ଏତିକି ଥିଲା କଥା । କିନ୍ତୁ ମହାଦେବଙ୍କୁ କିଏ ମାରିଛି ସେକଥା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକେ ମହାଦେବଙ୍କ ନାଁରେ ଋଣ କରିଥିବା ବ୍ୟକ୍ତିଙ୍କୁ ସନ୍ଦେହ କରୁଛନ୍ତି ।

ତେବେ ମୃତଦେହ ଅତାବିରା ଥାନା ଅଞ୍ଚଳ ସତୀଜୋର ଜାତୀୟ ରାଜପଥ ନିକଟରୁ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାଦେବଙ୍କୁ କିଏ ମାରିଛି ସ୍ପଷ୍ଟ ହୋଇନାହିଁ । ଏନେଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଧାନୀକୁକୁର ଆସି ତନାଘନା କରୁଛି ଏବଂ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.