ଆସିକା ACMPCS ର ଜମିକୁ ଶାଗମାଛ ଦରରେ ଦେବା ଘଟଣା : ଅର୍ଥବଳ ଯୋଗୁଁ ତଦନ୍ତ ଶୀତକ ଭଣ୍ଡାରରେ..!

youtube

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ ମହାଦେଶ ରେ ନାଁ ଥିଲା ଏହି ସଂସ୍ଥା ର। କିଛି ନେତାଙ୍କ ଯୋଗୁଁ ୠଗୁଣ ଅବସ୍ଥା କୁ ଚାଲିଆସିଲା। ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୁଲୁପ ଦୃଷ୍ଟି ପଡିଥିଲା। ଗତ ବିଜେଡ଼ି ସାରକାର ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ପାଳ ଅତି ତରବରିଆ ଭାବେ ଶାଗ ମାଛ ଦରରେ ୯୯ ବର୍ଷ ପାଇଁ ଲିଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେବା ନେଇ ବିଭିନ୍ନ ମହଲ ରେ ସେ ସମୟରେ ଚର୍ଚ୍ଚା ହୋଇଥିଲା। ନିର୍ବାଚନ କୁ ଆଖି ଆଗରେ ରଖି ଏହି ମୂଲ୍ୟବାନ ଜମିକୁ ଅତି ଚତୁରତା ସହ କାଗଜ ପତ୍ରରେ ଠିକ ଠାକ ଦର୍ଶାଇ ଯେଉଁ ବ୍ୟକ୍ତି ଆବେଦନ କରିଥିଲେ ସେ ବ୍ୟକ୍ତିଙ୍କୁ ହିଁ ଦିଆଗଲା ବୋଲି ଆଲୋଚନା ହେଲା। ନୂତନ ସରକାର ଆସିବା ପରେ ଏହି ମୂଲ୍ୟବାନ ଜମି ଲିଜ ସମ୍ପର୍କ ରେ ବିଧାନସଭା ରେ ଆସିକା ବିଧାୟକ ପ୍ରଶ୍ନ କଲେ ତାପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଲେ।ତାପରେ ଏହି ଜମିକୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହୋଇଥିବା ନେଇ ଚର୍ଚ୍ଚା ବି ହେଲା। ସରକାରୀ ଚିକିତ୍ସାଳୟ ପାଇଁ ଓ କୋର୍ଟ ସ୍ଥାନାନ୍ତର ପାଇଁ ଜମି ଚି଼ହ୍ନଟ ଆଜି ସୁଦ୍ଧା ହୋଇପାରୁନି। ACMPCS ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଯେଉଁ ଭଳି ବ୍ୟବସାୟୀ ଙ୍କୁ ୨ କୋଟି ୬୨ ଲକ୍ଷ ଟଙ୍କା ରେ ଦିଆଗଲା। ସେଠାରେ ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ କିମ୍ବା କୋର୍ଟ ପ୍ରତିଷ୍ଠା ହୋଇଥିଲେ। ଆସିକା ବାସୀ ଉପକୃତ ହୋଇଥାନ୍ତେ। ଜଣେ ବ୍ୟକ୍ତି ବିଶେଷ ଙ୍କୁ ତତ୍କାଳୀନ ଜିଲ୍ଲା ପାଳଙ୍କ ଏତେ ଅନୁକମ୍ପା କାହିଁକି ଦେଖାଇଲେ। ପ୍ରଥମେ କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗ ସବ୍ ଷ୍ଟେସନ ସାମ୍ନାରେ ଏକ ବିରାଟ ଜମି କୁ ୩୦ ବର୍ଷ ପାଇଁ ଲିଜ ଦେବା ପରେ ପୁଣି ଆସିକା ଅଞ୍ଚଳର ଅତି ମୂଲ୍ୟବାନ ACMPCS ର ଜମିକୁ ସେହି ବ୍ୟକ୍ତିଙ୍କୁ ତରବରିଆ ଭାବରେ ୯୯ ବର୍ଷ ପାଇଁ ଲିଜ ରେ ଦିଆଗଲା। ବିଧାନସଭା ରେ ପ୍ରଶ୍ନ ଉତ୍ତର ପରେ ଆସିକାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହେବା ସମ୍ପର୍କ ରେ ଚର୍ଚ୍ଚା ବି ହେଲା ତଦନ୍ତ ହେବ ବୋଲି ଆସିକା ବାସୀ ଚାତକ ଭଳି ଚାହିଁ ବସିଲେ ଆଜି ସୁଦ୍ଧା ଉକ୍ତ ତଦନ୍ତ ଶୀତଳ ଭଣ୍ଡାର ରେ ରହିଥିବା ଆଲୋଚନା ହେଲାଣି। ବର୍ତ୍ତମାନ ସେହି ଜମିରେ ସ୍ୱଳ୍ପ ସ୍ଥାନରେ ଏକ ମୋଲ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ରେ ACMPCS ର ବ୍ରହ୍ମପୁର ଗୁରୁକୁଳ ଶିକ୍ଷା ଅନୁଷ୍ଠାନ ଓ ଆସିକା କବିସୂର୍ଯ୍ୟନଗର ର ମୂଲ୍ୟବାନ ଜମିର ସର ଜମିନ ତଦନ୍ତ କରିବାକୁ ନିବେଦନ ବି କରାଯାଇଥିଲା।

Leave A Reply

Your email address will not be published.