ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ, ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

youtube

ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।  ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଛନ୍ତି ।  ସରଣ୍ଡା ଜଙ୍ଗଲର ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଥିଲେ ।  ଏହି ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ମାଓବାଦୀମାନେ ଆଜି କୋଲଭଙ୍ଗା ଅଞ୍ଚଳରେ ଥିବା ଏକ ମୋବାଇଲ ଟାୱାରକୁ ଉଡ଼ାଇ ଦେଇଛନ୍ତି ।  ବିସ୍ଫୋରଣ ପରେ ସେହି ଅଞ୍ଚଳକୁ ଯବାନମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

Leave A Reply

Your email address will not be published.