ବିଜେପି କୋର କମିଟି ବୈଠକ, ପ୍ରସ୍ତୁତ ହେଲା ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି

add-all

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ଦଳ ଯାହାକୁ ବି ପର୍ଥି କରିବ ସେ କେମିତି ଜିତିବେ ତାହା ହେବ ପ୍ରଥମିକତା । ପୂର୍ବତନ ସଭାପତି, ମହମନ୍ତ୍ରି, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟାସ୍କ ଦିଆଯାଇଛି। ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ ଏବଂ ସେ କେମିତି ଜିଟିବେ ସେଥିପାଇଁ ସମସ୍ତେ କର୍ଯ୍ୟକରିବେ ।  ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ । 13 ତାରିଖରେ ନାମାଙ୍କନ ପାତ୍ର ଦାଖଲ ହେବାକୁ ଥିବାରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

ମୋଟାମୋଟି ଭାବେ ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଏଵଂ ରଣନୀତି ନେଇ ଆଜିର କୋର କମିଟି ବୈଠକରେ ଆଲାଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ।   ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କ୍ଷେତ୍ରୀୟ ପ୍ରଭାରି ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ କୋର କମିଟି ସଦସ୍ୟ ।

ad-week
Leave A Reply

Your email address will not be published.