ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍

youtube

ଭୁବନେଶ୍ୱର : ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ ପ୍ରମୁଖ ନୂଆପଡ଼ା ଗସ୍ତରେ ଯାଉଛନ୍ତି ।  ବିଜେଡିର ସ୍ଥାନୀୟ ନେତାଙ୍କ ସହ କରିବେ ଆଲୋଚନା ।  ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେବେ ରିପୋର୍ଟ ।  ରିପୋର୍ଟ ଆଧାରରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ଜଣେ ଆଦିବାସୀ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.