ନଦୀରେ ଭାସିଗଲେ ଛାତ୍ର

youtube

ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି ।  ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି ।  ନିଖୋଜ ଜଣକ ହେଲେ ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶ ଜଣ ଛାତ୍ର ଆଜି ଭୋଜି କରିବାକୁ ବାଦୁବାଡି କାଳିପେନୁ ନଦୀ ନିକଟକୁ ଆସିଥିଲେ ।  ରାନ୍ଧିବା ପାଇଁ ପାଣି ଆଣିବାକୁ ଦୁଇ ଜଣ ଛାତ୍ର ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଛାତ୍ର ଭାସି ଯାଇଛନ୍ତି ।  ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କର କୌଣସି ପତ୍ତା ମିଳିପାରିନାହିଁ ।

Leave A Reply

Your email address will not be published.