ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅପରାଜିତା

youtube

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଅପରାଜିତା କହିଛନ୍ତି, ନବୀନଙ୍କୁ ଭେଟି ବହୁତ ଖୁସି ଲାଗିଲା । ସେ ଅତୀତର ଅନେକ ଘଟଣାକୁ ଅତି ଆଗ୍ରହର ସହ ମନେପକାଉଥିଲେ । ଉଭୟ ଅନେକ କଥା ହେବା ସହ ଅନେକ ହସିଥିଲେ । ଏହା ଏକ ସୁନ୍ଦର ଭେଟଘାଟ ଥିଲା । ନବୀନଙ୍କୁ ଭେଟି ଆଶୀର୍ବାଦ ନେଲି ବୋଲି କହିଛନ୍ତି ଅପରାଜିତା ।

Leave A Reply

Your email address will not be published.